ଓଡିଶା

odisha

ETV Bharat / sports

Anti Doping violations: ଶକ୍ତିବର୍ଦ୍ଧକ ସେବନ ନିୟମ ଉଲ୍ଲଙ୍ଘନରେ ଭାରତ ଦ୍ବିତୀୟ, ପ୍ରଥମରେ ରୁଷିଆ - ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି

ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି (World Anti-Doping Agency) ପକ୍ଷରୁ ପ୍ରକାଶ ପାଇଥିବା ନିଷିଦ୍ଧ ଔଷଧ ସେବନ (Anti-Doping) ନିୟମ ଉଲ୍ଲଙ୍ଘନ ରିପୋର୍ଟରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ୧୩୫ ଥର ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ କରି ରୁଷିଆ ଏହି ମାମଲାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୯ ମାମଲାରେ ଭାରତ ନିୟମ ଉଲ୍ଲଙ୍ଘନ କରି ଦ୍ବିତୀୟରେ ରହିଛି । ଅଧିକ ପଢ଼ନ୍ତୁ

ନିଷିଦ୍ଧ ଶକ୍ତିବର୍ଦ୍ଧକ ସେବନ ନିୟମ ଉଲ୍ଲଙ୍ଘନରେ ଭାରତ ଦ୍ବିତୀୟ
ନିଷିଦ୍ଧ ଶକ୍ତିବର୍ଦ୍ଧକ ସେବନ ନିୟମ ଉଲ୍ଲଙ୍ଘନରେ ଭାରତ ଦ୍ବିତୀୟ

By

Published : Jun 4, 2023, 6:37 AM IST

ହାଇଦ୍ରାବାଦ: ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି (World Anti-Doping Agency) ପକ୍ଷରୁ ୨୦୨୦ ବର୍ଷର ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ନିଷିଦ୍ଧ ଔଷଧ ସେବନ (Anti-Doping) ନିୟମ ଉଲ୍ଲଙ୍ଘନରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ୫୯ ମାମଲାରେ ଭାରତ ନିୟମ ଉଲ୍ଲଙ୍ଘନ କରିଥିବା ବେଳେ ରୁଷିଆ ସବୁଠୁ ଅଧିକ ୧୩୫ ଥର ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ କରି ଏହି ମାମଲାରେ ପ୍ରଥମ ସ୍ଥାନରେ ରହିଛି । ୨୦୧୩ ମସିହାରୁ ବିଶ୍ବରେ ଭାରତ ଶୀର୍ଷ ୭ଟି ଦେଶ ମଧ୍ୟରେ ରହି ଆସୁଛି । ୨୦୧୪, ୨୦୧୫ ଓ ୨୦୧୯ରେ ଭାରତ ତୃତୀୟରେ ରହିଥିଲା ବେଳେ ୨୦୧୮ରେ ଚତୁର୍ଥକୁ ଖସିଥିଲା ।

୨୦୨୨ ନଭେମ୍ବର ୧୦ ତାରିଖ ମଧ୍ୟରେ ଗ୍ରହଣ କରାଯାଇଥିବା ତଥ୍ୟକୁ ଆଧାର କରି ୨୦୨୦ ବର୍ଷ ପାଇଁ ଆଣ୍ଟି ଡୋପିଂ ଉଲ୍ଲଙ୍ଘନ ରିପୋର୍ଟ ପ୍ରସ୍ତୁତ କରିଛି WADA । ୨୦୨୦ ମସିହାରେ ଭାରତରେ ୬୫ ରକ୍ତ ନମୂନା ସହ ମୋଟ ୧୧୮୬ ନମୂନା ପରୀକ୍ଷା କରିଥିଲା ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (National Anti-Doping Agency) । ତେବେ ଏହି ପରୀକ୍ଷାଗୁଡ଼ିକ ମଧ୍ୟରୁ ୫୫ ନମୂନା ପଜିଟିଭ୍‌ ଆସିଥିଲା । କୌଣସି ଜାତୀୟ ଆଣ୍ଟି ଡୋପିଂ ସଂଗଠନ ଦ୍ବାରା ୧୦୦୦ କିମ୍ବା ଏହାଠାରୁ ଅଧିକ ନମୂନା ପରୀକ୍ଷାରୁ ଆସିଥିବା ରିପୋର୍ଟ ତୁଳନାରେ ଭାରତରୁ ଆସିଥିବା ସଂଖ୍ୟା ସର୍ବାଧିକ ଥିଲା । ଏହି ସମସ୍ତ ୫୫ ନମୂନ‌ାକୁ ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ସଂଖ୍ୟା ଭାବେ ପ୍ରକାଶିତ ରିପୋର୍ଟରେ ଦର୍ଶାଇଛି ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି ।

୨୦୨୦ ରିପୋର୍ଟ ଅନୁସାରେ, ଭାରତରେ ଆଣ୍ଟି ଡୋପିଂ କ୍ଷେତ୍ରରେ ଭାରୋତ୍ତୋଳନ ୧୫ ଥର ଓ ଦୌଡ଼କୁଦ ୧୨ ଥର ନିୟମ ଉଲ୍ଲଙ୍ଘନ କରି ଆଗରେ ରହିଛନ୍ତି । ସେହିପରି ଅଣଅଲିମ୍ପିକ୍‌ କ୍ରୀଡ଼ା ମଧ୍ୟରେ ଶକ୍ତିଉତ୍ତୋଳନ ଓ କବାଡ଼ିରେ ମଧ୍ୟ ଏହି ମମାଲା ୭ ଥର ଲେଖାଏଁ ରେକର୍ଡ କରାଯାଇଛି । ସେହିଭଳି କୁସ୍ତିରୁ ୬ ମାମଲା ସାମ୍ନାକୁ ଆସିଛି । ଭାରତର ମୋଟ ୫୯ ଆଣ୍ଟି ଡୋପିଂ ଉଲ୍ଲଙ୍ଘନ ମାମଲାରୁ ‌୪ଟି ଅଣବିଶ୍ଲେଷଣ ମାମଲା ରହିଛି । ସେହି ମଧ୍ୟରୁ ୩ଟି ଦୌଡ଼କୁଦରୁ ଏବଂ ଗୋଟିଏ ଜୁଡୋରୁ ରେକର୍ଡ କରାଯାଇଛି । WADA ପକ୍ଷରୁ ପ୍ରତିବର୍ଷ ଦୁଇଟି ଅଲଗା ଅଲଗା ରିପୋର୍ଟ ପ୍ରକାଶ କରାଯାଇଥାଏ । ୨୦୨୧ର ପରୀକ୍ଷା ରିପୋର୍ଟକୁ ଚଳିତ ବର୍ଷ ଜାନୁଆରୀରେ ପ୍ରକାଶ କରାଯ‌ାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details