ହାଇଦ୍ରାବାଦ:ଡବଲିନରେ ଘରୋଇ ଆୟରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ସିରିଜ ଦ୍ବିତୀୟ ତଥା ଶେଷ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପାଗ ଭଲ ଥିବା ଦେଖି ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚ ଜିତି ସାରିଛି ଟିମ ଇଣ୍ଡିଆ ।
ଆଜି ବିଜୟ ସହ ସିରିଜ ମୂଳପୋଛ କରିବାକୁ ପ୍ରୟାସ କରିବ ଭାରତ । ପ୍ରଥମ ମ୍ୟାଚରେ ଆୟାରଲ୍ୟାଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚ୍ ହାତେଇବାକୁ ଉଭୟ ଦଳ ପ୍ରୟାସ କରିବେ ।
ଏହି ମ୍ୟାଚ ପାଇଁ ଋତୁରାଜ ଗାୟକୱାଡ, ଆଭେସ ଖାନ, ଯୁଜିବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ, ହର୍ଷଲ ପଟେଲ, ରବି ବିଷ୍ଣୋଇଙ୍କୁ ଆଜିର ମ୍ୟାଚରେ ସାମିଲ କରାଯାଇଛି ।