ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ୨୦୨୨ରେ ଭାରତର ସାତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀଙ୍କ କମାଲ । ୩ଥରର ବିଶ୍ବ ଚାମ୍ପିଅନ ହେଣ୍ଡ୍ରା ସେତିଆୱାନ ଓ ମହମ୍ମଦ ଏହସନଙ୍କୁ ଫାଇନାଲରେ ୧-୧୬, ୨୬-୨୪ ସିଧାସଳଖ ସେଟ୍ରେ ହରାଇ ଇଣ୍ଡିଆ ଓପନ ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସ ଟାଇଟେଲ ଜିତିଛନ୍ତି ଭାରତୀୟ ଯୋଡି । ଏହା ସାତ୍ବିକ-ଚିରାଗ ଯୋଡିଙ୍କ ଦ୍ବିତୀୟ BWF ୱାର୍ଲ୍ଡ ଟୁର୍ ସୁପର ୫୦୦ ଟାଇଟେଲ । ପୂର୍ବରୁ ଥାଇଲାଣ୍ଡ ଓପନ ୨୦୧୯ରେ ଚାଇନାର ଲି ଝୁନହୁଇ ଓ ଲିୟୁ ୟୁଚେନଙ୍କୁ ୨୧-୧୮, ୧୮-୨୧, ୨୧-୧୯ରେ ହରାଇ ଟାଇଟେଲ ହାତେଇଥିଲେ ।
India Open Badminton: ସାତ୍ବିକ-ଚିରାଗ ଯୋଡିକୁ ଡବଲ୍ସ ଟାଇଟେଲ - ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ
୩ଥରର ବିଶ୍ବ ଚାମ୍ପିଅନ ହେଣ୍ଡ୍ରା ସେତିଆୱାନ ଓ ମହମ୍ମଦ ଏହସନଙ୍କୁ ଫାଇନାଲରେ ୧-୧୬, ୨୬-୨୪ ସିଧାସଳଖ ସେଟ୍ରେ ହରାଇ ଇଣ୍ଡିଆ ଓପନ ୨୦୨୨ ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସ ଟାଇଟେଲ ଜିତିଛନ୍ତି ଭାରତୀୟ ଯୋଡି ସାତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ । ଅଧିକ ପଢନ୍ତୁ
![India Open Badminton: ସାତ୍ବିକ-ଚିରାଗ ଯୋଡିକୁ ଡବଲ୍ସ ଟାଇଟେଲ India Open Badminton: Satwik-Chirag pair wins men's doubles title](https://etvbharatimages.akamaized.net/etvbharat/prod-images/768-512-14201270-thumbnail-3x2-india-open.jpg)
India Open Badminton: ଡବଲ୍ସ ଟାଇଟେଲ ଜିତିଲେ ସାତ୍ବିକ-ଚିରାଗ ଯୋଡି
ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସନନ ଓଙ୍ଗମାମ୍ରୁଙ୍ଗଫନ, ୨୨-୨୦, ୧୯-୨୧, ୨୧-୧୩ ସେଟ୍ରେ ସୁପନିଦା କାଟେଥଙ୍ଗଙ୍କୁ ହରାଇ ଟାଇଟେଲ ବିଜୟୀ ହୋଇଛନ୍ତି ।
ରେଙ୍କିରେଡ୍ଡି ଓ ସେଟ୍ଟୀ ଆକ୍ରମଣାତ୍ମର ରଣନୀତି ଆପଣାଇବା ସହ ପ୍ରଥମ ସେଟ୍କୁ ୨୧-୧୬ରେ ଜିତି ନେଇଥିଲେ । ଏହାପରେ ଇଣ୍ଡୋନେସିଆ ଯୋଡି ଦ୍ବିତୀୟ ସେଟ୍ରେ କଡା ଟକ୍କର ଦେଇଥିଲେ । ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଦ୍ବିତୀୟ ସେଟ୍ରେ ଶେଷରେ ୨୬-୨୪ରେ ବାଜିମାରିଥିଲେ ଭାରତୀୟ ଯୋଡି ।
IANS