ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡ୍ମିଣ୍ଟନ ୨୦୨୨ ଫାଇନାଲରେ ଭାରତୀୟ ଯୋଡି ସାତ୍ବିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ । BWF ୱାର୍ଲ୍ଡ ଟୁର୍ ଟୁର୍ନାମେଣ୍ଟ ସିରିଜର ଅଂଶ ଭାବେ ଖେଳାଯାଉଛି ଇଣ୍ଡିଆ ଓପନ । ଶନିବାର କେଡି ଯାଦବ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର ସେମିଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ ସହ ବିଜୟୀ ହୋଇଛନ୍ତି ଭାରତୀୟ ଯୋଡି ।
ଫ୍ରେଞ୍ଚ୍ ଯୋଡି ଫାବିଏନ ଡେଲରୁଏ ଓ ୱିଲିଅମ ଭିଲେଜରଙ୍କୁ ଭାରତୀୟ ଯୋଡି ୨୧-୧୦, ୨୧-୧୮ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ୩୭ ମିନିଟ୍ ଧରି ଖେଳାଯାଇଥିଲା । ପୂର୍ବରୁ ଆକର୍ଷୀ କଶ୍ୟପ ସେମିଫାଇନାଲ ମୁକାବିଲାରେ ଥାଇଲାଣ୍ଡର ବୁସାନନ ଓଙ୍ଗବାମରୁଙ୍ଗଫନଙ୍କ ଠାରୁ ୨୪-୨୬ ଓ ୯-୨୧ ସିଧାସଳଖ ସେଟ୍ରେ ପରାସ୍ତ ହେବାସହ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି ।