ଓଡିଶା

odisha

ETV Bharat / sports

ଭାରତ ହେବ କ୍ରୀଡା ମହାଶକ୍ତି: କିରଣ ରିଜ୍ଜୁ - ଟେବୁଲ ଟେନିସ ଖେଳ

ଟେବୁଲ ଟେନିସ ଖେଳରେ ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି କ୍ରୀଡାମନ୍ତ୍ରୀ । ଭାରତ କ୍ରୀଡାର ମହାଶକ୍ତି ହେବ ବୋଲି ସେ କହିଛନ୍ତି ।

ଡିଜାଇନ ଫଟୋ

By

Published : Jul 26, 2019, 12:53 PM IST

ନୂଆଦିଲ୍ଲୀ: ଭାରତ ହେବ କ୍ରୀଡାର ମହାଶକ୍ତି ଓ ବିଶ୍ବ କ୍ରୀଡାକ୍ଷେତ୍ରର କେନ୍ଦ୍ରସ୍ଥଳୀ । ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ । ଅଲଟିମେଟ ଟେବୁଲ ଟେନିସ(UTT)ର 3ୟ ସଂସ୍କରଣର ଉଦାଘାଟନ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି ।

ଟେବୁଲ ଟେନିସ ଖେଳରେ ଉଲ୍ଲେଖନୀୟ ସଫଳତା ଓ ପ୍ରଭାବି ପ୍ରଦର୍ଶନ ନେଇ ଖୁସିବ୍ୟକ୍ତ କରିଛନ୍ତି କ୍ରୀଡାମନ୍ତ୍ରୀ । ଏହାସହ TTFI ଓ UTTର ଦେଶର ବିଭିନ୍ନ ସ୍ଥାନରେ ଟୁର୍ଣ୍ଣାମେଣ୍ଟ କରି ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରୁଥିବାରୁ ସାଧୁବାଦ ଜଣାଇଛନ୍ତି କ୍ରୀଡାମନ୍ତ୍ରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@UltTableTennis)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@UltTableTennis)

କିରଣ ରିଜ୍ଜୁ କହିଛନ୍ତି ଯେ ଟେବୁଲ ଟେନିସ ଖେଳରେ ଭାରତ ବହୁତ ଉନ୍ନତି କରିଛି । ଗତ କିଛି ମାସ ଧରି ବହୁ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ପଦକ ଜିତିବା ଏହାର ଉଦାହରଣ । ଆଗକୁ ଅଲମ୍ପିକ୍ସରେ ମଧ୍ୟ ଭାରତୀୟ ଟେବୁଲ ଟେନିସ ଖେଳାଳି ମେଡାଲ ଜିତିବା ନେଇ ସେ ଆଶାବାଦୀ ଅଛନ୍ତି । ଏହାସହ କ୍ରୀଡାବିଭାଗ ଟେବୁଲ ଟେନିସ ଖେଳର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ ।

ABOUT THE AUTHOR

...view details