ରାଉରକେଲା: ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ହକି ବିଶ୍ବକପ । ପ୍ରଥମ ଓ ଦ୍ବିତୀୟ ଦିନ ପରେ ଆଜି ହେଉଛି ତୃତୀୟ ଦିନ । ଆଜି ହକି ବିଶ୍ବପରେ ୨ଟି ମ୍ୟାଚ ରହିଛି । ଦୁଇଟି ଯାକ ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ ସ୍ପେନ୍ ଓ ୱେଲ୍ସ ମଧ୍ୟରେ ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟା ସମୟରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଆଜିର ମ୍ୟାଚ ପାଇଁ ଦୁଇ ଦଳ ପ୍ରସ୍ତୁତ ହୋଇଛନ୍ତି । କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଏନେଇ ବେଶ ଉତ୍ସାହ ମଧ୍ୟ ଦେଖିବାରୁ ମିଳିଛି । ଉଭୟ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ଲଢେଇ ହେବା ନେଇ ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ଓଡିଆ ପୁଅ ତଥା ଭାରତୀୟ ଦଳର ଉପ ଅଧିନାୟକ ଅମିତ ରୋହିଦାସ ପ୍ରଥମେ ଗୋଲ ଦେଇଥିବାରୁ ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇ ୨-୦ ଗୋଲରେ ବିଜୟୀ ହୋଇଥିଲା ଭାରତ । ଆଜି ସବୁଠାରୁ ବଡ ପ୍ରତିଦ୍ବନ୍ଦି ଇଂଲଣ୍ଡକୁ ଭେଟିବାକୁ ଯାଉଛି । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ଭାରତର ମନୋବଳ ଦୃଢ ରହିଛି । ଇଂଲଣ୍ଡକୁ ଟକ୍କର ଦେବା ପାଇଁ ଭାରତ ନିଜର ରଣନୀତି ପ୍ରସ୍ତୁତ କରିଛି । ତେବେ ଇଂଲଣ୍ଡର ପ୍ରଦର୍ଶନ ପୂର୍ବରୁ ବହୁତ ଭଲ ରହିଥିବା ବେଳେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚ ଅପେକ୍ଷା ଆଜି ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ । କାରଣ ପୂର୍ବରୁ ଇଂଲଣ୍ଡ ଭାରତକୁ ବହୁତ ବାର ଚମ୍ପିଆନସିପରେ ହରାଇଛି । ତେଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।