ଓଡିଶା

odisha

ETV Bharat / sports

Hockey World Cup: ଅଭ୍ୟାସ ମ୍ୟାଚରେ ଦକ୍ଷିଣ କୋରିଆକୁ 11-2ରେ ହରାଇଲା ଭାରତୀୟ ଜୁନିଅର ଟିମ୍‌ - ଭାରତ ଦକ୍ଷିଣ କୋରିଆ ଅଭ୍ୟାସ ମ୍ୟାଚ

FIH ପୁରୁଷ ହକି ବିଶ୍ବକପ ଅବସରରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅଭ୍ୟାସ ମ୍ୟାଚ ଜାରି ରହିଛି ( india vs korea pratice match )। ଦକ୍ଷିଣ କୋରିଆକୁ ପରାସ୍ତ କରି ଭାରତ ବିଜୟ ଧାରା ବଜାୟ ରହିଛି । ଅଧିକ ପଢନ୍ତୁ

india vs korea pratice match
Hockey World Cup

By

Published : Dec 27, 2022, 12:42 PM IST

Hockey World Cup

ରାଉରକେଲା:ଚାହୁଁ ଚାହୁଁ ପୁରୁଷ ହକି ବିଶ୍ବକପ ପାଇଁ ଦିନ ନିକଟତର ହେଉଛି । FIH ପୁରୁଷ ହକି ବିଶ୍ବକପକୁ ଆଉ ମାତ୍ର 17ଦିନ ବାକି ରହିଲା । ଏ ନେଇ ରାଉରକେଲା ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅଭ୍ୟାସ ମ୍ୟାଚ ଜାରି ରହିଛି ( india vs korea pratice match )। ପ୍ରଥମ ଓ ଦ୍ବିତୀୟ ଅଭ୍ୟାସ ମ୍ୟାଚରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଭାରତ ବିଜୟ ଧାରା ବଜାୟ ରହିଛି ଭାରତ । ଗତକାଲି(ସୋମବାର) ଅନୁଷ୍ଠିତ ଦ୍ବିତୀୟ ଅଭ୍ୟାସ ମ୍ୟାଚରେ ଦକ୍ଷିଣ କୋରିଆକୁ 11-2 ଗୋଲରେ ପରାସ୍ତ କରିଛି ଜୁନିଅର ଟିମ୍‌ । ଆଜି ଆଉ ଏକ ଅଭ୍ୟାସ ମ୍ୟାଚ ଖେଳାଯିବ ।

ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ 5-0 ଗୋଲରେ ହରାଇ ଏକତରଫା ବିଜୟ ହାସଲ କରିଥିଲା ଦଳ । ସୋମବାର ଖେଳାଯାଇଥିବା ମ୍ୟାଚରେ କୋରିଆକୁ 11-2 ଗୋଲରେ ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି ଜୁନିଅର ହକି ଦଳ । ଦୁଇଟି ମ୍ୟାଚରେ କୋରିଆକୁ ପରାସ୍ତ କରିବା ପରେ ସରିଜରେ 2-0ରେ ଆଗୁଆ ରହିଛି । ଦଳ ପକ୍ଷରୁ 6 ଓ 46 ମିନିଟରେ ସାରଦାନନ୍ଦ ତିୱାରୀ, 13 ମିନିଟରେ ରାଜିନ୍ଦର ସିଂ, 15 ଓ 18 ମିନିଟରେ ବବି ସିଂହ ଧାମି, 23 ମିନିଟରେ ସିଭି ପୁଭାନ୍ନା, 40 ଓ 57 ମିନିଟରେ ଉତ୍ତମ ସିଂ, 4 ମିନିଟରେ ଆଦିଦ୍ୟ, 56 ମିନିଟରେ ଅମନଦୀପ ଏବଂ 59 ମିନିଟରେ ଚିରମାକୋ ଗୋଲ୍‌ ସ୍କୋର କରିଥିଲେ । ଖେଳର 14 ଓ 25 ମିନିଟରେ କୋରିଆ ମାତ୍ର 2ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା ।

ଏହା ବି ପଢନ୍ତୁ...Hockey World Cup: ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ୍

ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏଁ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହକି ପ୍ରାକ୍ଟିସ ମ୍ୟାଚ ଖୁବ ଭଲ ଭାବରେ ଖେଳାଯାଉଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳା ଯାଉଛି ଅଭ୍ୟାସ ମ୍ୟାଚ । ବିଶ୍ବକପ ପାଇଁ ଭାରତୀୟ ହକି ଦଳ ଆଜି ଭୁବନେଶ୍ବରରେ ପହଞ୍ଚିଛି । ହରମନପ୍ରୀତଙ୍କ ନେତୃତ୍ବରେ ଦଳରେ ଅଛନ୍ତି 18 ଖେଳାଳି । ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ ମଧ୍ୟ ଆସିଛନ୍ତି । ଦଳରେ 2 ଓଡିଆ ଖେଳାଳି ସାମିଲ ଅଛନ୍ତି । ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ବିଶ୍ବକପ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ । ରାଉରକେଲାରେ ଅଭ୍ୟାସ କରିବ ଦଳ ।

ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । 13 ତରିଖରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details