ଓଡିଶା

odisha

ETV Bharat / sports

Commonwealth Weightlifting Championship: ଭାରତକୁ 2 ପଦକ - କମନୱେଲ୍‌ଥ ଭାରୋତ୍ତଳନ ଚମ୍ପିଆନ୍‌ସିପ୍‌ରେ ଭାରତକ ଦୁଇଟି ପଦକ

କମନୱେଲ୍‌ଥ ଭାରୋତ୍ତଳନ ଚମ୍ପିଆନ୍‌ସିପ୍‌ରେ ଭାରତକୁ ମିଳିଲା ଦୁଇଟି ପଦକ । ପୁରଷ ବିଭାଗର ୧୦୯ କେଜି ବର୍ଗରେ ଲଭପ୍ରୀତ୍‌ ସିଂହଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ୮୭ କେଜି ବର୍ଗରେ ଅନୁରାଧା ପଭୁନାର୍‌ଜ କାଂଶ୍ୟ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

Commonwealth Weightlifting Championship: ଦୁଇଟି ବର୍ଗରେ ଭାରତକୁ ଦୁଇଟି ପଦକ
Commonwealth Weightlifting Championship: ଦୁଇଟି ବର୍ଗରେ ଭାରତକୁ ଦୁଇଟି ପଦକ

By

Published : Dec 17, 2021, 5:51 PM IST

ନୂଆଦିଲ୍ଲୀ: କମନୱେଲ୍‌ଥ ଭାରୋତ୍ତଳନ ଚମ୍ପିଆନ୍‌ସିପ୍‌ରେ ଭାରତକୁ ମିଳିଲା ଦୁଇଟି ପଦକ ( India clinch two medal in Commonwealth Weightlifting Championship) । ପୁରଷ ବିଭାଗର ୧୦୯ କେଜି ବର୍ଗରେ ଲଭପ୍ରୀତ୍‌ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ମହିଳା ବିଭାଗର ୮୭ କେଜି ବର୍ଗରେ ଅନୁରାଧା ପଭୁନାର୍‌ଜ କାଂଶ୍ୟ ପଦକ ହାସଲ କରିଛନ୍ତି ।

ପ୍ରଥମ ଦୁଇଟି ରାଉଣ୍ଡରେ ଲଭପ୍ରୀତ୍‌ ସିଂହ ଯଥାକ୍ରମେ ୧୬୧ କେଜି ଓ ୧୮୭ କେଜି ଭାରୋତ୍ତଳନ କରିଥିଲେ । ଯାହଫଳରେ ସେ ରୌପ୍ୟ ପଦକ ହିଁ ହାସଲ କରି ପାରିଛନ୍ତି । ସେପଟେ ଅନୁରାଧା ପଭୁନାର୍‌ଜ ଦୁଇଟି ରାଉଣ୍ଡରେ ଯଥାକ୍ରମେ ୯୦ କେଜି ଓ ୧୦୫ କେଜି ଭାରୋତ୍ତଳନ କରିଥିଲେ । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଏହି ଚମ୍ପିଆନସିପ୍‌ରେ ୧୪ଟି ପଦକ ହାସଲ କରି ସାରିଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ । ଏଥିରେ ୩ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି । ଟାସକେଣ୍ଟରେ ଏହି ପ୍ରତିଯୋଗିତା ଜାରି ରହିଛି । ଶୁକ୍ରବାର ଏହି ପ୍ରତିଯୋଗିତାରେ ଭାରତକୁ ଦୁଇଟି ବର୍ଗରେ ଦୁଇଟି ପଦକ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details