ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ଅଭିଯାନ ଶେଷ ହୋଇଛି । ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାତେଇବାକୁ କଡ଼ା ସଂଘର୍ଷ କରିଥିଲେ ଭାରତୀୟ କ୍ରୀଡ଼ାବିତ୍ । ଭାରତ ମୋଟ ୬୧ଟି ପଦକ ହାସଲ କରି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି
୬୧ଟି ପଦକ ମଧ୍ୟରେ ୨୨ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ ୧୬ଟି ରୌପ୍ୟ ରହିଛି । ସେହିଭଳି ବିଭିନ୍ନ ଇଭେଣ୍ଟରେ ଭାରତୀୟ କ୍ରୀଡ଼ାବିତ୍ ୨୩ଟି କାଂସ୍ୟ ପଦକ ହାସଲ କରିଛି । ଗତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 66ଟି ପଦକ ସହ ତୃତୀୟ ସ୍ଥାନରେ ରହିଥିଲା । ସେଥିମଧ୍ୟରେ ୨୬ଟି ସ୍ବର୍ଣ୍ଣ ପଦକ ସାମିଲ ରହିଥିଲା ।
ସେହିଭଳି ୨୦ଟି ରୌପ୍ୟ ଓ ୨୦ଟି କାଂସ୍ୟ ପଦକ ମଧ୍ୟ ହାସଲ କରିଥିଲା ଭାରତ । ତେବେ ୨୦୧୮ ସଂସ୍କରଣରେ ସୁଟିଂ ଓ ତୀରନ୍ଦାଜୀ ଇଭେଣ୍ଟ ସାମିଲ ରହିଥିଲା । ଏହି ଦୁଇ ଇଭେଣ୍ଟ୍ରୁ ଭାରତ ମୋଟ ୧୬ଟି ପଦକ ହାସଲ କରିଥିଲା । ଯେଉଁଥିରେ ୭ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଭାରତୀୟ ସୁଟର । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳ କେଉଁ ଇଭେଣ୍ଟରେ କେତେ ପଦକ ହାସଲ କରିଛନ୍ତି ଥର ନଜର ପକାନ୍ତୁ...
ଆଥଲେଟିକ୍ସ
ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଥଲେଟିକ୍ସ ଇଭେଣ୍ଟରେ ଭାରତ ମୋଟ ୮ ପଦକ ହାସଲ କରିଛି । ସେଥିମଧ୍ୟରେ ଗୋଟିଏ ସ୍ବର୍ଣ୍ଣ ସାମିଲ ରହିଥିବା ବେଳେ ୪ଟି ରୌପ୍ୟ ପଦକ ସାମିଲ ରହିଛି । ସେହିଭଳି ୩ଟି କାଂସ୍ୟ ପଦକ ସାମିଲ ରହିଛି । ଏଥିରେ ରେସ୍ ୱାକ୍, ତ୍ରିପଲ୍ ଜମ୍ପ୍ ଭଳି ଇଭେଣ୍ଟ୍ ସାମିଲ ରହିଛି ।
ବ୍ୟାଡମିଣ୍ଟନ
ବ୍ୟାଡମିଣ୍ଟନ ଇଭେଣ୍ଟ୍ରେ ଭାରତ ମୋଟ ୬ଟି ପଦକ ହାସଲ କରିଛି । ସେଥିମଧ୍ୟରେ ୩ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି । ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ମଧ୍ୟ ସାମିଲ ରହିଛି ।
ବକ୍ସିଂ
ଏହି ଇଭେଣ୍ଟ୍ରେ ଭାରତ ମୋଟ ୭ଟି ପଦକ ହାସଲ କରିଛି । ସେଥିମଧ୍ୟରେ ଗୋଟିଏ ରୌପ୍ୟ ପଦକ ସାମିଲ ରହିଥିବା ବେଳେ ତିନୋଟି କାଂସ୍ୟ ପଦକ ସାମିଲ ରହିଛି ।
କ୍ରିକେଟ
ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ସାମିଲ ହୋଇଥିଲା । ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ରେ ପହଞ୍ଚିଥିଲା । ତେବେ ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ।
ହକି