ଲିମା(ପେରୁ): ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଜୁନିଅର ବିଶ୍ବ ଚମ୍ପିଆନସିପ୍ ଶେଷ ହୋଇଛି । ମୋଟ ୪୩ ପଦକ ସହ ଭାରତ ଅଭିଯାନ ଶେଷ କରିଛି । ଶେଷ ଦିନରେ ବିଜୟବୀର ସିଦ୍ଧୁ, ରିଦିମ ସଙ୍ଗୱାନ, ଅର୍ଜୁନ ସିଂ ଚୀମା ଓ ଶିଖା ନରୱାଲ ଭାରତର ସ୍ବର୍ଣ୍ଣ ପଦକ ବିଜେତା ରହିଛନ୍ତି । ଫଳରେ ମୋଟ ୧୭ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ ।
Shooting World C'ship: ପଦକ ତାଲିକାର ଶୀର୍ଷରେ ଭାରତର ଅଭିଯାନ ଶେଷ - ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ
ମୋଟ ୪୩ ପଦକ ସହ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଜୁନିଅର ବିଶ୍ବ ଚମ୍ପିଆନସିପ୍ ଅଭିଯାନ ଶେଷ କରିଛି ଭାରତ । ଅଧିକ ପଢନ୍ତୁ...
![Shooting World C'ship: ପଦକ ତାଲିକାର ଶୀର୍ଷରେ ଭାରତର ଅଭିଯାନ ଶେଷ India finish on top with 43-medal haul at Junior Shooting World C'ship](https://etvbharatimages.akamaized.net/etvbharat/prod-images/768-512-13327390-thumbnail-3x2-issf.jpg)
Shooting World C'ship: ପଦକ ତାଲିକାର ଶୀର୍ଷରେ ଭାରତର ଅଭିଯାନ ଶେଷ
ଜୁନିଅର ପୁରୁଷ ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ବୀଜୟବୀର ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ସେହିପରି ରିଦିମ ସଙ୍ଗୱାନ ଜୁନିଅର ମହିଳା ୨୦ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ୫୭୩ ପଏଣ୍ଟ ସହ ସ୍ବର୍ଣ୍ଣ ଜିତିଥିଲେ । ନିବେଦିତା ଭେଲୁର ୫୬୫ ପଏଣ୍ଟ ସହ ରୌପ୍ୟ ଓ ନାମ୍ୟା କାପୁର ୫୬୩ ପଏଣ୍ଟ ସହ ବ୍ରୋଞ୍ଜ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ