ଓଡିଶା

odisha

ETV Bharat / sports

ଭୁବନେଶ୍ବରରେ ହେବ 2032 ଅଲମ୍ପିକ୍ ! - 2032

ସ୍ପୋର୍ଟ୍ସ କ୍ୟାପିଟାଲ ଭୁବନେଶ୍ବର ଉପରେ ସମଗ୍ର ବିଶ୍ବର ନଜର । ଉନ୍ନତ ଭିତ୍ତିଭୂମୀକୁ ଦୃଷ୍ଟିରେ ରଖି 2032 ଅଲିମ୍ପିକ ଭୁବନେଶ୍ବରରେ ହେବାର ସମ୍ଭାବନା ଦେଖାଦେଇଛି । ଏନେଇ ନରିନ୍ଦର ବାତ୍ରା ସମ୍ୟକ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jun 11, 2019, 9:38 AM IST

Updated : Jun 11, 2019, 10:23 AM IST

ବେଙ୍ଗାଲୁରୁ: ଭାରତର ସ୍ପୋର୍ଟ୍ସ ହବ୍‌ ସାଜିଛି ଓଡିଶାର ରାଜଧାନୀ ଭୁବନେଶ୍ବର । ହକି ଚାମ୍ପିଅନସିପ୍‌, ବିଶ୍ବକପ ଓ FIH ସିରିଜ ଫାଇନାଲ୍ସ ଏଠାରେ ଆୟୋଜନ କରାଯାଇଛି । ତେବେ ସ୍ପୋର୍ଟ୍ସ କ୍ୟାପିଟାଲ କ୍ରୀଡ଼ା କ୍ଷେତ୍ରରେ ତାର ପରିସୀମାକୁ ବ୍ୟାପକ କରିବାକୁ ପ୍ରସ୍ତୁତ ହେଉଛି । ତିନି ତିନିଟି ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ପରେ ଏବେ ଅନ୍ତର୍ଜାତୀୟ ସ୍ତରର ଚାମ୍ପିଅନସିପ ତଥା ଅଲମ୍ପିକ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଏନେଇ ନରିନ୍ଦର ବାତ୍ରା ସୂଚନା ଦେଇଛନ୍ତି .

ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ବାତ୍ରା କହିଛନ୍ତି, " ଆଗାମୀ 2032 ଅଲମ୍ପିକ ପାଇଁ ଭାରତ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚାମ୍ପିଅନସିପ ପାଇଁ ବିଭିନ୍ନ ସହର ଚୟନ କରାଯାଉଛି । କେବଳ ଯେ, ମୁମ୍ବାଇ କିମ୍ବା ଦିଲ୍ଲୀ ନୁହେଁ, ଓଡିଶାର ଭୁବନେଶ୍ବର ଓ ବେଙ୍ଗାଲୁରୁକୁ ମଧ୍ୟ ଭେନ୍ୟୁ ତାଲିକା ମଧ୍ୟରେ ରଖାଯାଇଛି ।"

ସେପଟେ ଭାରତ ଏହି ଅଲିମ୍ପିକ ଆୟୋଜନ ପାଇଁ ବିଡ଼ିଂ ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛି ।

Last Updated : Jun 11, 2019, 10:23 AM IST

ABOUT THE AUTHOR

...view details