ଓଡିଶା

odisha

ETV Bharat / sports

Asian Games 2023: ସ୍କ୍ବାଶ୍‌ରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ - ସ୍କ୍ବାଶ୍‌ରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ

ଏସିଆନ୍ ଗେମ୍ସ ୨୦୨୩ରେ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ପ୍ରତିଶୋଧ ନେଇଛି ଭାରତ । ସ୍କ୍ବାଶରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଅଧିକ ପଢ଼ନ୍ତୁ

ସ୍କ୍ବାଶ୍‌ରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ
ସ୍କ୍ବାଶ୍‌ରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ

By ETV Bharat Odisha Team

Published : Sep 30, 2023, 10:20 PM IST

ହାଙ୍ଗଝୌ: ଏସିଆନ୍ ଗେମ୍ସ ୨୦୨୩ରେ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ବାଜି ମାରିଲା ଭାରତ । ସ୍କ୍ବାଶ୍‌ରେ ପାକିସ୍ତାନକୁ ପରାସ୍ତ କରି ଭାରତ ହାତେଇଛି ସ୍ବର୍ଣ୍ଣ ପଦକ । ଭାରତୀୟ ସ୍କ୍ବାଶ୍‌ ଦଳ ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଦେଶକୁ ସ୍ବର୍ଣ୍ଣ ପଦକ ଆଣିଛି । ବେଷ୍ଟ-ଅଫ୍-ଥ୍ରୀ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତୃତୀୟ ଫାଇନାଲରେ ଅଭୟ ସିଂହ, ନୁର ଜମାନଙ୍କୁ ୧୧-୭, ୯-୧୧, ୭-୧୧, ୧୧-୯ ଏବଂ ୧୨-୧୦ରେ ପରାସ୍ତ କରି ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଆଜି ଭାରତ ପାଇଁ ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ ଥିଲା । ଭାରତ ବର୍ତ୍ତମାନ ଏସିଆନ୍ ଗେମ୍ସରେ ମୋଟ ୧୦ଟି ସ୍ବର୍ଣ୍ଣ ପଦକ ଜିତି ସାରିଛି ।

ତେବେ ଏହି ପ୍ରତିଯୋଗିତାରେ ଭାରତର ଆରମ୍ଭ ସେତେ ଭଲ ନଥିଲା । ପ୍ରଥମ ମ୍ୟାଚରେ ମହେଶ ମନଙ୍ଗାବକର ନାସିର ଇକବାଲଙ୍କଠାରୁ ପରାସ୍ତ ହୋଇଥିଲେ । ଏହାପରେ ସୌରଭ ଘୋଷାଲ ଟିମ୍‌କୁ ଭଲ ଫର୍ମକୁ ଆଣିବାରେ ସକ୍ଷମ ହୋଇଥିଲେ । ଏମ୍‌ ଖାନଙ୍କୁ ପରାସ୍ତ କରି ସ୍କୋରକୁ ୧-୧ରେ ବରାବର କରିଥିଲେ ସୌରଭ ଘୋଷାଲ । ଏହାପରେ ଭାରତର ଅଭୟ ସିଂହ ତୃତୀୟ ମ୍ୟାଚ୍ ଜିତି ଭାରତକୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ । ପାକିସ୍ତାନ ପରାଜୟ ସହ ଭାରତ ଏହାର ପ୍ରତିଶୋଧ ମଧ୍ୟ ନେଇଛି । କାରଣ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା । ଆଉ ଏବେ ଫାଇନାଲ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ଝଟ୍‌କା ଦେଇଛି ଭାରତ । ଏହା ପୂର୍ବରୁ ଭାରତ ୨୦୧୪ରେ ସ୍ବର୍ଣ୍ଣ ପଦକ ଜିତିଥିଲା । ସେପଟେ ପାକିସ୍ତାନ ୨୦୧୦ରେ ସ୍ବର୍ଣ୍ଣ ପଦକ ଜିତିଥିଲା । ଭାରତ ଅପେକ୍ଷା ସ୍କ୍ବାଶ୍‌ରେ ପାକିସ୍ତାନ ବହୁତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ଏହି ଦଳକୁ ପରାସ୍ତ କରିବା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ମହିଳା ସ୍କ୍ବାଶ୍ ଦଳକୁ କାଂସ୍ୟ, ଭାରତ ପଦକ ସଂଖ୍ୟା 31କୁ ବୃଦ୍ଧି

ପ୍ରକାଶ ଥାଉ, ଚୀନରେ ଚମତ୍କାର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି । ୧୯ତମ ଏସୀୟ କ୍ରୀଡ଼ାରେ ସପ୍ତମ ଦିନରେ ମଧ୍ୟ ପଦକ ବର୍ଷା ହୋଇଥିଲା । ସ୍କ୍ବାଶ୍‌ ସେମିଫାଇନାଲ ଖେଳୁଥିବା ଭାରତୀୟ ମହିଳା ଦଳ କାଂସ୍ୟ ପଦକ ହାସଲ କରିଥିଲେ । ଭାରତୀୟ ମହିଳା ସ୍କ୍ବାଶ ଦଳରେ ଥିବା ତାନଭୀ ଖାନ୍ନା, ଅନହାତ ସିଂହ ଓ ଜୋତ୍ସା ଚିନ୍ନାପା ଏହି ସଫଳତା ହାସଲ କରିଥିଲେ । କାଂସ୍ୟ ପଦକ ସହ ଏସୀୟ କ୍ରୀଡାରେ ସେମାନଙ୍କ ଅଭିଯାନ ଶେଷ ହୋଇଛି । ସେମିଫାଇନାଲରେ ହଂକଂ ବିପକ୍ଷରେ ଖେଳିଥିଲେ ଭାରତୀୟ ମହିଳା ସ୍କ୍ବାଶ୍‌ ଦଳ । 7-11, 11-7, 9-11, 11-6, 11-8 ସେଟ୍‌ରେ ପରାସ୍ତ ହୋଇ ମହିଳା ସ୍କ୍ବାଶ୍‌ ଦଳ କାଂସ୍ୟ ପଦକ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details