ଓଡିଶା

odisha

ETV Bharat / sports

Asian Games 2023: ପୁରୁଷ ବ୍ୟାଡମିଣ୍ଟନ ଦଳକୁ ଐତିହାସିକ ରୌପ୍ୟ ପଦକ - ଏସୀୟ କ୍ରୀଡା

ଚୀନର ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍ ଗେମ୍ସ ୨୦୨୩ରେ ଭାରତୀୟ ବ୍ୟାଡମିଣ୍ଟନ ଦଳ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ଅଧିକ ପଢନ୍ତୁ

Asian Games 2023
ବ୍ୟାଡମିଣ୍ଟନ ଦଳକୁ ଐତିହାସିକର ରୌପ୍ୟ ପଦକ

By ETV Bharat Odisha Team

Published : Oct 2, 2023, 8:10 AM IST

ହଙ୍ଗଝୌ:19ତମ ଏସୀୟ କ୍ରୀଡାରେ ଭାରତକୁ ବ୍ୟାଡମିଣ୍ଟନରେ ଐତିହାସିକ ସଫଳତା ମିଳିଛି । ଅଳ୍ପକେ ସ୍ବର୍ଣ୍ଣିମ ସଫଳତାରୁ ବଞ୍ଚିତ ପୁରୁଷ ବ୍ୟାଡମିଣ୍ଟନ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି । ଏସିଆନ ଗେମ୍ସରେ ବ୍ୟାଡମିଣ୍ଟନ ଫାଇନାଲ ଫାଇଟ୍‌ରେ ଚୀନ ନିକଟରୁ 3-2ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ । ଏସୀୟ କ୍ରୀଡ଼ାରେ ପୁରୁଷ ଦଳ ପ୍ରଥମ ଥର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ପୂର୍ବରୁ ପୁରୁଷ ଦଳ 3ଟି ବ୍ରୋଞ୍ଜ୍‌ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games 2023: ସଟ୍‌ପୁଟ୍‌ରେ ଇତିହାସ ରଚିଲେ ତଜିନ୍ଦର, ସାଉଦିକୁ ହରାଇ ସ୍ୱର୍ଣ୍ଣ ଆଣିଲା ଭାରତ

1974, 1982 ଏବଂ 1986ରେ ଦଳ ବ୍ରୋଞ୍ଜ୍‌ ପଦକ ଜିତିଥିଲେ । ଦୀର୍ଘ 37 ବର୍ଷ ପରେ ପୁରୁଷ ବ୍ୟାଡମିଣ୍ଟନ ଦଳ ଚଳିତ ସଂସ୍କରଣରେ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି । ଷ୍ଟାର ଖେଳାଳି ଲକ୍ଷ୍ୟ ସେନ୍‌ ଓ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରଥମ 2ଟି ମ୍ୟାଚ୍‌ ଜିତି ଭାରତକୁ 2-0ରେ ଆଗୁଆ କରିଥିଲେ । ଚୀନ ପ୍ରତ୍ୟାବର୍ତ୍ତନ କରି 3ଟି ମ୍ୟାଚ୍‌ ଜିତି ସ୍ବର୍ଣ୍ଣ ପଦକ ଜିତିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ 22-20, 14-21, 21-18ରେ ୟୁକି ଶି'ଙ୍କୁ ହରାଇ ଭାରତକୁ 1-0ରେ ଆଗୁଆ କରିଥିଲେ । ଏହାପରେ ଡବଲ୍ସ ଯୋଡ଼ି 21-15,21-18ରେ ୱେଲକେଙ୍କ ଲିୟାଙ୍ଗ ଓ ଚାଙ୍ଗ୍‌ୱାଙ୍ଗ୍‌ ଯୋଡ଼ିଙ୍କୁ ହରାଇ ଦଳକୁ 2-0ରେ ଆଗୁଆ କରିଥିଲେ । ପରବର୍ତ୍ତୀ ସିଙ୍ଗଲ୍ସରେ ଶ୍ରୀକାନ୍ତ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ବେ 22-24, 9-21ରେ ଶିପେଙ୍ଗ୍ ଲି'ଙ୍କ ନିକଟରୁ ପରାସ୍ତ ହୋଇଥିଲେ ।

ଏହା ବି ପଢନ୍ତୁ...Asian Games 2023: ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶଙ୍କୁ ସ୍ଵର୍ଣ୍ଣ, ଗୋଟିଏ ଦିନରେ ଭାରତକୁ ୧୫ ପଦକ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 53ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବାବେଳେ 19ଟି ରୌପ୍ୟ ପଦକ ଓ 21ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ଅଷ୍ଟମ ଦିନରେ ଭାରତର ପଦକ ବର୍ଷା ହୋଇଥିଲା । ଆଥ୍‌ଲେଟରେ ଗୋଟିଏ ଦିନରେ 9ଟି ପଦକ ହାସଲ ସହ ଏକ ବିରଳ ସଫଳତା ଭାରତକୁ ମିଳିଛି । ସୁଟିଂରେ ଶ୍ରେଷ୍ଠ ସଫଳତା ସହ ମୋଟ 15 ପଦକ ଭାରତକୁ ମିଳିଛି । 244 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ABOUT THE AUTHOR

...view details