ଓଡିଶା

odisha

ETV Bharat / sports

ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌: ସେମିରେ 4 ଭାରତୀୟ ମହିଳା ବକ୍ସର

ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ ମହିଳା ବର୍ଗରେ ଭାରତର 4ଟି ପଦକ ପକ୍କା । ଅଧିକ ପଢନ୍ତୁ...

By

Published : Apr 19, 2021, 4:14 PM IST

India assured of 4 medals on 6th day of boxing youth Worlds'
ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌: ସେମିରେ 4 ଭାରତୀୟ ମହିଳା ବକ୍ସର

ହାଇଦ୍ରାବାଦ: ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ ମହିଳା ବର୍ଗରେ ଭାରତର 4ଟି ପଦକ ପକ୍କା । 2019 ଏସିଆନ ୟୁଥ ଚମ୍ପିଆନ ଭିଙ୍କା ଓ ଅଲଫିୟା ପଠାନଙ୍କ ସମେତ 4ଜଣ ଭାରତୀୟ ମହିଳା ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

କିଏଲସରେ ଚାଲିଥିବା AIBA ୟୁଥ ପୁରୁଷ ଓ ମହିଳା ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ର ଷଷ୍ଠ ଦିନରେ ଗୀତିକା ପୁନମ, ଭିଙ୍କା ଓ ଆଲଫିୟା ପଠାନ ସେମିରେ ପ୍ରବେଶ କରିଛନ୍ତି ।

ପାନିପତ ବକ୍ସର ଭିଙ୍କା, 60 କିଲୋଗ୍ରାମ ବର୍ଗରେ କଲୋମ୍ବିଆନ ପ୍ରତିନ୍ଦ୍ବନ୍ଦୀ କାମିଲୋ କାମେଲାଙ୍କୁ 5-0ରେ ମାତ ଦେଇଛନ୍ତି । ଅନ୍ୟପଟେ 2019 ଏସିଆନ ଜୁନିୟର ଚମ୍ପିଆନ ନାଗପୁରର ଆଲଫିୟା 81+ କିଲୋଗ୍ରାମ ବର୍ଗରେ ହଙ୍ଗେରିଆନ ବକ୍ସର ରେକା ହୋଫମନଙ୍କୁ ସହଜରେ ହରାଇଛନ୍ତି ।

ସେହପରି ଗୀତିକା 48 କିଲୋଗ୍ରାମ ବର୍ଗରେ ରୋମାନିଆ ପ୍ରତିପକ୍ଷଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details