ଓଡିଶା

odisha

ETV Bharat / sports

FIFA World Cup 2022: ଡିମାଣ୍ଡରେ ବିଜେତା ଟିମ୍ ଜର୍ସି - ଫିଫା ବିଶ୍ବକପରେ ମହଙ୍ଗା ଜର୍ସି

କତାରେ ଜାରି ରହିଛି ଫୁଟବଲ ମହାକୁମ୍ଭ । ମ୍ୟାଚର ହାର ଜିତ କେବଳ ଦଳ ଉପରେ ପ୍ରଭାବ ପଡୁ ନାହିଁ । ମାର୍କେଟିଂରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଅଧିକ ପଢନ୍ତୁ

FIFA World Cup 2022 : ପରାସ୍ତ ହେଉଛି ଦଳ, କ୍ଷତି ସହୁଛନ୍ତି ଜର୍ସି ବିକ୍ରେତା
FIFA World Cup 2022 : ପରାସ୍ତ ହେଉଛି ଦଳ, କ୍ଷତି ସହୁଛନ୍ତି ଜର୍ସି ବିକ୍ରେତା

By

Published : Dec 9, 2022, 10:51 PM IST

ଦୋହ : କତାରରେ ଜାରି ରହିଛି ଫୁଟବଲ ମହାକୁମ୍ଭ । ଫିଫା ବିଶ୍ବ କପ 2022ରେ ଜର୍ମାନୀ ଏବଂ ବେଲଜିୟମର ଖରାପ ପ୍ରଦର୍ଶନ ପରେ ଦୋହାରେ ଏହି ଦୁଇଟି ଟିମର ଜର୍ସିର ଦାମକୁ କମ କରି ଦିଆଯାଇଛି । ଏହି ଫୁଟବଲ ମହାକୁମ୍ଭ କେବଳ 32 ଟିମକୁ ନେଇ ଆୟୋଜିତ ହେବା ସହିତ ଜର୍ସି ପ୍ରାୟୋଜକଙ୍କ ପାଇଁ ମଧ୍ୟ ଏହା ଏକ ଭଲ ବ୍ୟବସାୟ ପ୍ଲାଟଫର୍ମ । ତେବେ ଜର୍ମାନୀ ଓ ବେଲଜିୟମର ଖରାପ ପ୍ରଦର୍ଶନ ଅନୁଯାୟୀ ଜର୍ସୀ ମଧ୍ୟ ସେଭଳି କମ ଦରରେ ବିକ୍ରି ହେଉଛି । ତେବେ ମିଡିଆ ରିପୋର୍ଟ ଅନୁସାରେ ଏବେ କ୍ବାଟର ଫାଇନାଲରେ ପ୍ରବେଶ କରିଥିବା ଦଳଗୁଡିକର ଜର୍ସିର ଅଧିକ ଚାହିଦା ରହିଛି । ଏହା ବଜାରରେ ଅଧିକ ଦରରେ ବିକ୍ରି ହେଉଛି ।

ଫିଫା ବିଶ୍ବକପ 2022ରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ବାର୍ଟର ଫାଇନାଲ ମ୍ୟାଚ୍ । ତେବେ ଅନ୍ତିମ 8 ତଥା କ୍ବାଟର ଫାଇନାଲରେ ପ୍ରବେଶ କରିପାରିନଥିବା ଦଳଗୁଡିକର ଜର୍ସି ବ୍ୟବସାୟୀଙ୍କୁ ବହୁଳ ମାତ୍ରାରେ କ୍ଷତି ସହିବାକୁ ପଡିଛି । ଯେଉଁ ଜର୍ସିଗୁଡିକ ବିକ୍ରି ହେଉଛି ସେଗୁଡିକ ମଧ୍ୟ କମ ଦାମରେ ବିକ୍ରି କରାଯାଉଛି । କାରଣ ଯେଉଁ ଦଳଗୁଡିକ କ୍ବାଟର ଫାଇନାଲରୁ ବାଦ ପଡିଛନ୍ତି ସେହି ଟିମର ଜର୍ସି କିଣିବାକୁ କୌଣସି ଲୋକ ମନ ବଳାଉନାହାନ୍ତି ।

ଏନେଇ ଏକ ବ୍ୟବସାୟୀ ପ୍ରତିକ୍ରିୟା ଦେଇ କହିଛନ୍ତି, "ମ୍ୟାଚର ହାର ଜିତ କେବଳ ଦଳ ଉପରେ ପ୍ରଭାବ ପଡୁ ନାହିଁ । ବରଂ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି । ବିଶେଷ କରି ମାର୍କେଟିଂରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଲୋକମାନଙ୍କର ପ୍ରିୟ ଦଳ ଅନୁସାରେ ଜର୍ସି ଅର୍ଡର ଦିଆଯାଇ ତିଆରି କରାଯାଉଛି । ହେଲେ ଦଳର ମ୍ୟାଚ ଫଳାଫଳ ଜର୍ସିର ଦାମ ଧାର୍ଯ୍ୟ କରୁଛି । ଯେଉଁ ଦଳ ପରାଜୟ ବରଣ କରୁଛି ସେ ଦଳର ଜର୍ସିକୁ କମ ଦାମରେ ବିକ୍ରି କରି କ୍ଷତି ସହିବାକୁ ପଡୁଛି । ଯେଉଁ ଦଳ ବିଜୟ ଲାଭ କରୁଛି ସେ ଜର୍ସିର ଦର ଅଧିକ ରହୁଛି ।"

ତେବେ ମିଡିଆ ରିପୋର୍ଟ ଅନୁସାରେ ଏବେ କ୍ବାଟର ଫାଇନାଲରେ ପ୍ରବେଶ କରିଥିବା ଦଳଗୁଡିକର ଜର୍ସିର ଅଧିକ ଚାହିଦା ରହିଛି । ଏହା ବଜାରରେ ଅଧିକ ଦରରେ ବିକ୍ରି ହେଉଛି ।

ABOUT THE AUTHOR

...view details