ଓଡିଶା

odisha

By

Published : Nov 4, 2022, 10:05 PM IST

ETV Bharat / sports

ଭାରତ ଉପରେ ରାଗରେ ଜଳୁଛନ୍ତି ଆଫ୍ରିଦି, କହିଲେ ICC ଚାହୁଁଛି ସେମିରେ ପହଞ୍ଚୁ ଭାରତ, ମିଳୁଛି ସମର୍ଥନ

ଭାରତ ସେମିଫାଇନାଲ ଟିକଟ ହାତେଇବାରେ ସକ୍ଷମ ହେଉ ଏନେଇ ଆଇସିସି ଭାରତକୁ ସମର୍ଥନ କରୁଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି । ଅଧିକ ପଢନ୍ତୁ

ଆଇସିସି ଭାରତକୁ ସମର୍ଥନ କରୁଥିବାର ଅଭିଯୋଗ ଆଣିଲେ ସାହିଦ ଆଫ୍ରିଦି
ଆଇସିସି ଭାରତକୁ ସମର୍ଥନ କରୁଥିବାର ଅଭିଯୋଗ ଆଣିଲେ ସାହିଦ ଆଫ୍ରିଦି

ହାଇଦ୍ରାବାଦ : ଆଇସିସି ନାମରେ ସାଂଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି । ଭାରତ ସେମିଫାଇନାଲ ଟିକଟ ହାତେଇବାରେ ସକ୍ଷମ ହେଉ ଏନେଇ ଆଇସିସି ଭାରତକୁ ସମର୍ଥନ କରୁଛି ବୋଲି କହିଛନ୍ତି ପାକିସ୍ତାନର ଏହି ପୂର୍ବତନ କ୍ରିକେଟର । ପାକିସ୍ତାନର ଏକ ମିଡିଆ ସୋ’ରେ ସାହିଦ ଆଫ୍ରିଦି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନାମରେ ଏଭଳି ଅଭିଯୋଗ କରିଛନ୍ତି । ନଭେମ୍ବର ୨ ତାରିଖ ବୁଧବାର ଭାରତକୁ ବାଂଲଦେଶ ୫ ରନରେ ପରାସ୍ତ କରିଥିଲା । ଏହି ବିଜୟ ସତ୍ତ୍ବେ ଟିମ ଇଣ୍ଡିଆ ୬ ପଏଣ୍ଟ ହାସଲ କରି ସେମିଫାଇନାଲ ରାସ୍ତା ସହଜ କରିଛି । ତେବେ ଭାରତ ବାଂଲାଦେଶକୁ ପରାସ୍ତ କରିବା ଘଟଣାକୁ ସହଜରେ ହଜମ କରି ପାରିନାହିଁ ପାକିସ୍ତାନ ।

ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ ସାହିଦ ପାକିସ୍ତାନର ପୂର୍ବତନ କ୍ରିକେଟର ନିଜର ବିଷ ଓଗାଳିଛନ୍ତି । ସେ କହିଛନ୍ତି, "ଆପଣ ଦେଖିଥିବେ କି ମଇଦାନ ବର୍ଷା କାରଣରୁ ଓଦା ରହିଥିଲା । ହେଲେ ଆଇସିସିର ସମର୍ଥନ ଭାରତ ସହିତ ରହିଛି । ଆଇସିସି ଏହା ସୁନିଶ୍ଚିତ କରିବାକୁ ଚାହୁଁଛି କି ଭାରତ ସହଜରେ ସେମିଫାଇନାଲରେ ପ୍ରବେଶ କରୁ । ସେଥିପାଇଁ କ୍ରିକେଟ ମଇଦାନରେ ଭାରତୀୟ ଖେଳାଳି କୌଣସି ଭୁଲ କଲେ ତାହା ଆଇସିସି ନଜରରେ ପଡୁନାହିଁ । ଆପଣ ଏହା ନଜର ପକାଇଥିବେ ଯେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଯେଉଁ ଅମ୍ପୟାର ରହିଥିଲେ । ସେହି ଅମ୍ପୟାର ଭାରତ ବାଂଲାଦେଶ ବିପକ୍ଷ ମ୍ୟାଚରେ ଅମ୍ପାୟାରିଂ କରୁଥିଲେ । ଏହା ପରେ ସେମାନଙ୍କୁ ସର୍ବଶ୍ରେଷ୍ଠ ଅମ୍ପୟାର ପୁରସ୍କାର ମିଳିବ ।"

ନଭେମ୍ବର ୨ ତାରିଖରେ ଖେଳାଯାଇଥିବା ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା । ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ସାକିବ ଅଲ ହାସନ ଦଳ । ଆରମ୍ଭରୁ ବାଂଲାଦେଶ ଜବରଦସ୍ତପାଳି ଖେଳିଥିଲା । ଲିଟନ ଦାସ ୨୧ ବଲରୁ ଅର୍ଦ୍ଦଶତକୀୟ ଇନିଂସ ଖେଳିଥିଲେ । ହେଲେ ହଠାତ୍ ବାଂଲାଦେଶ ବିଜୟ ରାସ୍ତାରେ ଖଳନାୟକ ସାଜିଥିଲା ବର୍ଷା । ବର୍ଷା କାରଣରୁ କିଛି ସମୟ ମ୍ୟାଚ ସ୍ଥଗିତ ରହିଥିଲା । ସେତେବେଳକୁ ଦଳର ସ୍କୋର ବୋର୍ଡ କୌଣସି ୱିକେଟ ନ ହରାଇ ୭ ଓଭରରେ ୬୬ ରନ ରହିଥିଲା । ବର୍ଷା ବନ୍ଦ ହେବା ପରେ DLS ମେଥଡ ଅନୁଯାୟୀ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନର ଟାର୍ଗେଟ ଦିଆଯାଇଥିଲା ।

ଏନେଇ ସାହିଦ ଆଫ୍ରିଦି କହିଛନ୍ତି, "ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇବା ପାଇଁ ଲିଟନ ଦାସ ଜବରଦସ୍ତ ଇନିଂସ ଜାରି ରଖିଥିଲେ । 6 ଓଭର ପର୍ଯ୍ୟନ୍ତ ଆମକୁ ଲାଗୁଥିଲା ଥିଲା ଯଦି ବାଂଲାଦେଶର ଆଉ ୨-୩ ଓଭର ପର୍ଯ୍ୟନ୍ତ ୱିକେଟ ନ ପତନ ନ ଘଟିବ ତାହେଲେ ସେମାନଙ୍କ ସପକ୍ଷରେ ମ୍ୟାଚ ଯାଇଥାନ୍ତେ ।"

ସେପଟେ ଏହି ମ୍ୟାଚରେ ପରାସ୍ତ ହେବା ପରେ କୋହଲିଙ୍କ ବିରୋଧରେ ଏକ ଅଭିଯୋଗ ଆଣିଥିଲେ ବାଂଲାଦେଶର ଉପ ଅଧିନାୟକ ନୁରୁଲ ହାସନ । ମ୍ୟାଚ୍‌ରେ କୋହଲି ଫେକ୍‌ ଥ୍ରୋ କରିଥିବା ଅଭିଯୋଗ କରିଛନ୍ତି ନୁରୁଲ ହାସନ । ଅମ୍ପାୟାର ନଜରରେ ଏହା ପଡ଼ି ନଥିଲା । ଯାହାଫଳରେ ବାଂଲାଦେଶକୁ ୫ ରନ୍‌ ଅତିରିକ୍ତ ମିଳି ପାରିଥାଆନ୍ତା ବୋଲି କହିଛନ୍ତି ନୁରୁଲ ।

ABOUT THE AUTHOR

...view details