ଓଡିଶା

odisha

ETV Bharat / sports

IBCA 2022: ବିଶ୍ୱ ଦୃଷ୍ଟିବାଧିତ ଚେସ୍‌ ଚମ୍ପିଆନସିପରେ ସୌନ୍ଦର୍ଯ୍ୟଙ୍କୁ ସ୍ୱର୍ଣ୍ଣ ପଦକ - ବିଶ୍ବ ଦୃଷ୍ଟି ବାଧିତ ଚେସ ଚମ୍ପିଆନସିପରେ ସୋନ୍ଦର୍ଯ୍ୟଙ୍କୁ ସ୍ବର୍ଣ୍ଣ ପଦକ

ବିଶ୍ବ ଦୃଷ୍ଟି ବାଧିତ ଦଳଗତ ଚେସ ଚମ୍ପିଆନସିପରେ ଚମକିଲେ ଓଡିଆ ପୁଅ । ବରଗଡର ସୌନ୍ଦର୍ଯ୍ୟ କୁମାର ପ୍ରଧାନ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗର୍ବଗୌରବ ଆଣିଦେଇଛନ୍ତି । ଅଧିକ ପଢନ୍ତୁ

ବିଶ୍ବ ଦୃଷ୍ଟି ବାଧିତ ଚେସ ଚମ୍ପିଆନଶିପରେ ସୋନ୍ଦର୍ଯ୍ୟଙ୍କୁ ସ୍ବର୍ଣ୍ଣ ପଦକ
ବିଶ୍ବ ଦୃଷ୍ଟି ବାଧିତ ଚେସ ଚମ୍ପିଆନଶିପରେ ସୋନ୍ଦର୍ଯ୍ୟଙ୍କୁ ସ୍ବର୍ଣ୍ଣ ପଦକ

By

Published : Jul 8, 2022, 10:55 PM IST

Updated : Jul 9, 2022, 9:45 AM IST

ବରଗଡ:ବିଶ୍ବ ଦୃଷ୍ଟି ବାଧିତ ଦଳଗତ ଚେସ ଚମ୍ପିଆନସିପରେ ଚମକିଲେ ବରଗଡ ମାଟିର ପୁଅ ସୌନ୍ଦର୍ଯ୍ୟ କୁମାର ପ୍ରଧାନ । ବିଶ୍ବ ଦୃଷ୍ଟି ବାଧିତ ଦଳଗତ ଚେସ ଚମ୍ପିଆନସିପରେ ସେ ଜିତିଛନ୍ତି ସ୍ବର୍ଣ୍ଣପଦକ । ଅନ୍ତର୍ଜାତୀୟ ବ୍ରେଲି ଚେସ ସଂଘ (IBCA) ଦ୍ବାରା ମାସିଡୋନିଆରେ ଓରିଡ୍ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଦୃଷ୍ଟି ବାଧିତ ଦଳଗତ ଚେସ ଚମ୍ପିଆନସିପରେ ଓଡିଶାର ସୌନ୍ଦର୍ଯ୍ୟ କୁମାର ପ୍ରଧାନ ୯ ରାଉଣ୍ଡରୁ ଅପରାଜିତ ରହି ଦ୍ବିତୀୟ ବୋର୍ଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଖୁସିର ମାହୋଲ ।

ସେହିପରି ତୃତୀୟ ବୋର୍ଡେରେ କିସଲ ଗାଙ୍ଗୁଲି, ଏବଂ ପଞ୍ଚମ ବୋର୍ଡରେ ସ୍ନପିଲ ଶାହ ରୌପ୍ୟ ପଦକ ହାସଲ କରିଛନ୍ତି । ପୋଲାଣ୍ଡ, ସର୍ବିଆ ଏବଂ ୟୁକ୍ରେନ ଯଥାକ୍ରମେ ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି । ଏହି ଚେସ ଚମ୍ପିଆନସିପ ଜୁନ ୨୮ ତାରିଖରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ବରଗଡର ଗର୍ବ ସୌନ୍ଦର୍ଯ୍ୟ କୁମାର

ବରଗଡ ଜିଲ୍ଲାର ପଦ୍ମପୁର ନିକଟସ୍ଥ ସତୀଭଟା ଗ୍ରାମରେ ଜନ୍ମିତ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ନୂଆପଡା ଜିଲ୍ଲାର ବୋଡେନ ଠାରେ ରୁହନ୍ତି । ତାଙ୍କ ବଡ ଭାଇ ପ୍ରଚୁର୍ଯ୍ୟ ଜଣେ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଚେସ ଖେଳାଳି । ତାଙ୍କ ବାପା ରବିରଞ୍ଜନ ପ୍ରଧାନ ଜଣେ ଅଧ୍ୟାପକ । ନିକଟରେ ଜାତୀୟ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ସୌନ୍ଦର୍ଯ୍ୟ ଦ୍ବିତୀୟ ବୋର୍ଡରେ ୪ଟି ଡ୍ର ସହିତ ୫ ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତାଙ୍କର ପରଫରମାନ୍ସ ରେଟିଂ ୨୨୫୩ ରହିଥିଲା ।

ଗ୍ରୀସରେ ଗତ ବର୍ଷ ଆୟୋଜିତ ଦୃଷ୍ଟିବାଧିତ ଚେସ ଅଲମ୍ପିଆଡର କୃତିତ୍ବ ଆଧାରରେ ଶ୍ରେଷ୍ଠ ୧୬ଟି ଦେଶ ଓ ଚମ୍ପିଆନସିପରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ପ୍ରଥମେ ଆଠଟି ଦେଶକୁ ନେଇ ଗ୍ରୁପ ପର୍ଯ୍ୟାୟ ରାଉଣ୍ଡ ରବିନ ମ୍ୟାଚ ଖେଳା ଯାଇଥିଲା । ଭାରତ ନିଜସ୍ବ ଗ୍ରୁପରେ ତୃତୀୟ ସ୍ଥାନ ଅଧିକାର କରିଥିଲା । ପରେ ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ସେମିଫାଇନାଲରେ ଖେଳିଥିଲା । ସେମିଫାଇନାଲ ମ୍ୟାଚରେ ରୋମାନିଆକୁ ପରାସ୍ତ କରିଥିଲା । ଫାଇନାଲ ମ୍ୟାଚରେ ହଂଗେରି ବିପକ୍ଷରେ ମ୍ୟାଚ ଖେଳି ମ୍ୟାଚକୁ ଡ୍ର ରଖିଥିଲା ଭାରତ ।

ଇଟିଭି ଭାରତ, ବରଗଡ

Last Updated : Jul 9, 2022, 9:45 AM IST

ABOUT THE AUTHOR

...view details