ଓଡିଶା

odisha

ETV Bharat / sports

IAS ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେନ୍ସି ଆୱାର୍ଡ - IAS ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ୍ସ ଆୱାର୍ଡ

ଆଇଏଏସ ଭି.କେ. ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେନ୍ସି ଆୱାର୍ଡ । ଅଧିକ ପଢନ୍ତୁ...

IAS ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ୍ସ ଆୱାର୍ଡ
IAS ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ୍ସ ଆୱାର୍ଡ

By

Published : May 22, 2021, 8:25 PM IST

Updated : May 22, 2021, 10:33 PM IST

ଭୁବନେଶ୍ବର: ଆଇଏଏସ ଭି.କେ. ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେନ୍ସି ଆୱାର୍ଡ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଏବଂ 5-T ସଚିବ ହେଉଛନ୍ତି ଭି.କେ ପାଣ୍ଡିଆନ ।

ଅନ୍ତର୍ଜାତୀୟ ହକି ଫେଡରେସନ୍ (ଏଫଆଇଏଚ୍) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ହକିର ପ୍ରଚାର ପ୍ରସାର ଦିଗରେ ଭି.କେଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ହକିର ପ୍ରଚାର ପ୍ରସାର ଦିଗରେ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଏଥି ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି ଏଫଆଇଏଚ ପକ୍ଷରୁ କୁହାଯାଇଛି । ଏଫଆଇଏଚର ୪୭ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭି.କେଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏନେଇ ହକି ଇଣ୍ଡିଆ ପକ୍ଷରୁ ଭି.କେଙ୍କୁ ଶୁଭେଚ୍ଛା ଜଣାଯାଇଛି । ଏହା ସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ବିଟ ଯୋଗେ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 22, 2021, 10:33 PM IST

ABOUT THE AUTHOR

...view details