ଓଡିଶା

odisha

ETV Bharat / sports

ସାକ୍ଷୀଙ୍କ ଦମ୍ଭୋକ୍ତି: ଅଲମ୍ପିକ୍ସରେ ଜିତିବି ଡବଲ ମେଡାଲ - ସାକ୍ଷୀଙ୍କ ଦମ୍ଭୋକ୍ତି

ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ଅଲମ୍ପିକ୍ସରେ ଡବଲ ମେଡାଲ ଜିତିବାକୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 3, 2019, 4:18 PM IST


ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀଙ୍କ ରଣହୁଙ୍କାର । ବିଶ୍ବ ଚମ୍ପିଆନସିପରେ ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଖୁସିରେ ବିଭୋର ସାକ୍ଷୀ ମଲିକ । କାଜାଖାସ୍ତାନରେ ସେପ୍ଟମ୍ବର 14ରୁ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି 2020 ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇବା ଲକ୍ଷ୍ୟରେ ଅଛନ୍ତି ସାକ୍ଷୀ ।

26 ବର୍ଷିୟ ସାକ୍ଷୀ 62କିଲୋଗ୍ରାମ ବର୍ଗରେ ଦମ ଦେଖାଇବେ । ରିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ସାକ୍ଷୀ, ବିଶ୍ବ ଚମ୍ପିଆନସିପ ଓ ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ସାକ୍ଷୀ କହିଛନ୍ତି, ଅଲମ୍ପିକ୍ସରେ ଡବଲ ପଦକ ଜିତିବାକୁ ଚାହେଁ । 2016 ଅଲମ୍ପିକ୍ସ ପ୍ରଥମ ଅଲମ୍ପିକ୍ସ ଥିଲା । ସେଥିପାଇଁ ଅଲମ୍ପିକ୍ସ ମେଡାଲ କଣ ହୋଇଥାଏ ତାହା ମୁଁ ବୁଝିପାରିନଥିଲି । ରିଓ ଅଲମ୍ପିକ୍ସରେ ମେଡାଲ ଜିତିବା ପୂର୍ବରୁ କେହି ଜାଣିନଥିଲେ । ତେବେ ଗୋଟିଏ ମେଡାଲ ଜୀବନକୁ ବଦଳାଇ ଦେଇଥାଏ । ଏବେ ଲୋକମାନଙ୍କର ଭରସା ମୋ ଉପରେ ରହିଛି । ସେଥିପାଇଁ କଠିନ ପରିଶ୍ରମ କରୁଛି ।

ତେବେ ସାକ୍ଷୀ ଶେଷ 3-4 ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଶେଷ ମିନିଟର 10-12ସେକେଣ୍ଡରେ ମ୍ୟାଚ ହାରୁଛନ୍ତି । ତେବେ ଏହା ଆଗକୁ କିପରି ହେବନାହିଁ ବିଶେଷ ଭାବରେ ଧ୍ୟାନ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ABOUT THE AUTHOR

...view details