କୋଲକାତା: ଭାରତର 18 ବର୍ଷୀୟ ଚେସ୍ ଖେଳାଳି ରମେଶବାବୁ ପ୍ରଜ୍ଞାନାନନ୍ଦ । ଚେସ୍ ବିଶ୍ବକପ ଉପବିଜେତା ହୋଇଥିବା ପ୍ରଜ୍ଞାନାନନ୍ଦଙ୍କ ପାଇଁ ଆଜି ପ୍ରତିଟି ଭାରତୀୟ ଗର୍ବିତ । ସତରଞ୍ଜ ବାଦଶାହ ତଥା ଚେସ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ ଫିଡେ ଚେସ୍ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ଉପବିଜେତା ହୋଇଛନ୍ତି । ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ନିକଟରେ କୋଲକାତାରେ ଟାଟା ଇଣ୍ଟରନ୍ୟାସନାଲ ଚେସ ଟୁର୍ଣ୍ଣାମେଣ୍ଟ ଅଂଶଗ୍ରହଣ କରିବାକୁ ଯାଇଥିଲେ ଚେସ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ । ସେଠାରେ ଗଣମାଧ୍ୟମକୁ 45ମିନିଟର ସାକ୍ଷାତକାର ଦେଇ ତାଙ୍କ ପାଖରେ ବିଶ୍ବ ଚମ୍ପିଆନ ହେବର ସମସ୍ତ ଦକ୍ଷତା ଓ ସାମର୍ଥ୍ୟ ଥିବା କହିଛନ୍ତି ପ୍ରଜ୍ଞାନାନନ୍ଦ ।
ଚେସ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦଙ୍କ ସହ ସାକ୍ଷାତକାର:
ପ୍ରଶ୍ନ-1 ଟାଟା ଇଣ୍ଟରନ୍ୟାସନାଲ ଚେସ୍ ଟୁର୍ଣ୍ଣାମେଣ୍ଟକୁ ନେଇ କଣ କହିବେ ?
ଉତ୍ତର: ଏହି ଚମ୍ପିଆନସିପ ନେଇ ମୁଁ ଅଧିକ କିଛି ଭାବୁ ନାହିଁ । ଆମ ଟିମ ବହୁତ ଶକ୍ତିଶାଳୀ । ମୁଁ ବର୍ତ୍ତମାନ ଆରାମ କରୁଛି ।
ପ୍ରଶ୍ନ -2 ବିଶ୍ବ ଚମ୍ପିଆନସିପ୍କୁ ନେଇ ଆପଣଙ୍କ ଚିନ୍ତାଧାରା କଣ?
ଉତ୍ତର: ତେବେ ମୁଁ ମୋଟାମୋଟି ଭାବେ ଏହା କହିବାକୁ ଚାହିଁବି କି ବିଶ୍ବ ଚମ୍ପିଆନ ହେବାକୁ ମୋ ପାଖରେ ସମସ୍ତ ଦକ୍ଷତା ଓ ସାମର୍ଥ୍ୟ ଅଛି । ଆଶା କରୁଛି କି ଆଗାମୀ କିଛି ବର୍ଷ ମଧ୍ୟରେ ମୁଁ ଏହି ପ୍ରତିଯୋଗିତା ଜିତିବି ।
ପ୍ରଶ୍ନ-3 ଆପଣ ଆଶାର ଚାପକୁ କିପରି ସମ୍ଭାଳିଥାନ୍ତି ?
ଉତ୍ତର: ଫ୍ୟାନ୍ସ ଏବଂ ଦେଶବାସୀଙ୍କ ଆଶା ବଢିଛି । ମାତ୍ର ମୁଁ ଏହି ସମୟରେ ଚାପରେ ରୁହେ ନାହିଁ । ମୁଁ ପ୍ରତି ମୂହୁର୍ତ୍ତକୁ ଉପଭୋଗ କରେ ଏବଂ ପ୍ରତି ଗେମରେ ମୋର ବେଷ୍ଟ୍ ଦେଇଥାଏ ।
ପ୍ରଶ୍ନ-4 ଲେଜେଣ୍ଡ କାର୍ଲସେନଙ୍କ ବିପକ୍ଷରେ ଖେଳିବା ଅଭିଜ୍ଞତା ବିଷୟରେ କହିବେ ?
ଅନଲାଇନ ହେଉ କି ଅଫଲାଇନ କାର୍ଲସେନ ଜଣେ ଶକ୍ତିଶାଳୀ ଖେଳାଳି । ତାଙ୍କ ସାମ୍ନାରେ ବସିଲେ ସେ କଣ ପଦକ୍ଷେପ ନେଉଛନ୍ତି ତାହା ଜାଣିପାରିବେ । ମୁଁ ସବୁବେଳେ କାର୍ଲସେନଙ୍କଠୁ ଶିଖିବାକୁ ଚେଷ୍ଟା କରିଛି । ସେ ଗତ 10 ବର୍ଷ ହେବ ବିଶ୍ବ ଚେସ୍ରେ ଆଧିପତ୍ୟ ବିସ୍ତାର କରି ଆସିଛନ୍ତି । ମୁଁ ସବୁବେଳେ ଜାଣିବାକୁ ଚାହେଁ ସେ କଣ କରିବାକୁ ଚେଷ୍ଟା କରୁଛନ୍ତି । ସେ କେଉଁ ପ୍ଲାନ୍ରେ ଖେଳୁଛନ୍ତି । ମୁଁ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛି । ସେ କେବେବି ବିଚଳିତ ହୁଅନ୍ତି ନାହିଁ ।
ପ୍ରଶ୍ନ-5 ଆପଣଙ୍କ ଖେଳ ଉପରେ କେତେବେଳେ ପ୍ରଭାବ ପଡିଲା ?
ଉତ୍ତର: ଏହି ବିଶ୍ବକପରେ ମୁଁ ମାନସିକ ଓ ଶାରିରୀକ ଭାବେ ଦୁର୍ବଳ ଥିଲି । ମୁଁ ଶ୍ରେଷ୍ଠ ଦେବା ସ୍ଥିତିରେ ନଥିଲି । ଯଦି ଆପଣ ଦୁର୍ବଳ ଥିବ ତେବେ ଆପଣ ଚେସ ଖେଳିପାରିବ ନାହିଁ ।
ପ୍ରଶ୍ନ-6 ଆପଣଙ୍କୁ ବିଶ୍ବନାଥନ ଆନନ୍ଦଙ୍କ ଉତ୍ତରାଧିକାରୀ ବୋଲି କୁହାଯାଏ । ଏହା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ?
ଉତ୍ତର: ମୁଁ ବିଶ୍ବାନାଥନ ସାରଙ୍କ ଏକାଡେମୀରେ ଅନେକ ଦିନ ରହିଛି । ମୁଁ ତାଙ୍କଠୁ ବହୁତ କିଛି ଶିଖିଛି । ଚେସ୍ ସହ ଜଡିତ ଅନେକ ବିଷୟରେ ଯେପରି ମ୍ୟାଚ ପୂର୍ବରୁ କଣ କରିବାକୁ ହେବ କଣ ଖାଇବା ଆବଶ୍ୟକ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିବାକୁ ହେବ ସେ ବିଷୟରେ ଆଲୋଚନା କରୁ । ମୋତେ ତାଙ୍କ ଖେଳ ପ୍ରଦର୍ଶନ ପ୍ରେରଣା ଦେଇଛି ।