ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ପାରାଲମ୍ପିକ୍ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା-ଆଥଲେଟ୍ଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସମସ୍ତ ଖେଳାଳିଙ୍କ ସହିତ କଥା ହେବା ସହ ଦେଶବାସୀ ସମସ୍ତଙ୍କ ପାଇଁ ଗର୍ବିତ ବୋଲିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ପ୍ରତିଯୋଗିତା ଚାଲିଥିବାବେଳେ ଭାରତୀୟ ଖେଳାଳିଙ୍କୁ ଦେଖି ପ୍ରେରିତ ଏବଂ ଅନୁପ୍ରାଣିତ ଅନୁଭବ କରିଛନ୍ତି।" ଗୁରୁବାର ମୋଦି, ପାରା-ଆଥଲେଟଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରି ଆତିଥ୍ୟ ପ୍ରଦାନ କରିଥିଲେ । ଏହି ସମୟର ଭିଡିଓ ରବିବାର ସାର୍ବଜନିତ କରାଯାଇଛି ।
ଆଥଲେଟ୍ମାନେ ସମସ୍ତଙ୍କ ଦସ୍ତଖତ ଥିବା ଏକ ଷ୍ଟୋଲ୍ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ପାରା-ଆଥଲେଟ୍ମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି,"ସଫଳତା ଦ୍ବାରା ଆପଣମାନେ ହାର୍ ମାନସିକତାକୁ ହରାଇପାରିଛ, ଏହା ସବୁଠୁ ବଡ କଥା ।"