ଭୁବନେଶ୍ବର:ପୁରୁଷ ହକି ବିଶ୍ବକପ 2023ରେ ଆଜି (ବୁଧବାର) ଦ୍ବିତୀୟ ଦିନ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟରେ ତୃତୀୟ ଓ ଚତୁର୍ଥ କ୍ବାର୍ଟର ମୁକାବିଲାରେ ମୁହାଁମୁହଁ ହେବେ 4ଦଳ । ଅପରାହ୍ନ 4ଟା 30ରେ ଇଂଲଣ୍ଡ ବନାମ ଜର୍ମାନୀ ଓ ରାତି 7ଟାରେ ନେଦରଲାଣ୍ଡସ ବନାମ କୋରିଆ ମଧ୍ୟରେ ମୁକାବିଲା ହେବ । ଷ୍ଟାର୍ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।
ପ୍ରଥମ ମୁକାବିଲା ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ହେବ । ପୁଲ-ଡିରେ ଥିବା ଇଂଲଣ୍ଡ ପୁଲ ପର୍ଯ୍ୟାୟରେ ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚ ଡ୍ର ହୋଇଥିଲା । ଏହାପରେ ଦଳ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିଥିଲା । ଆଜି ପୁଲ-ବିରେ ଥିବା ଜର୍ମାନୀକୁ ଭେଟିବ । ପୁଲ ପର୍ଯ୍ୟାୟରେ ଜର୍ମାନୀର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଦଳ 3ଟି ପୁଲ ମ୍ୟାଚରେ 2ଟି ଜିତିଥିବାବେଳ ଗୋଟିଏ ଡ୍ର ହୋଇଛି । ଦୁଇଦଳ ମଧ୍ୟରେ ଏକ କଡ୍ଡା ମୁକାବିଲା ଦେଖିବାକୁ ମିଳିବ ।
ଏହା ବି ପଢନ୍ତୁ...Hockey World Cup 2023: ସେମିରେ ବେଲଜିୟମ, ବିଶ୍ୱକପରୁ ନ୍ୟୁଜିଲାଣ୍ଡ ବିଦା