ଭୁବନେଶ୍ବର:ଇଣ୍ଡିଆ ଇଣ୍ଡିଆ ଚିଅରଅପରେ କମ୍ପିଥିଲା କଳିଙ୍ଗ । ଆଉ ହକିପ୍ରେମୀ ତାଙ୍କ ପସନ୍ଦର ଖେଳାଳିଙ୍କ ନାଁ ନେଇ ଉତ୍ସାହିତ କରୁଥିଲେ । ଭାରତ କିପରି ଗୋଲ ପରେ ଗୋଲ କରି ୱେଲ୍ସକୁ ପରାସ୍ତ କରିବ । ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ହୋଇଥିଲା ଆଉ ଦ୍ବିତୀୟ କ୍ବାର୍ଟରରୁ ଆରମ୍ଭ ହୋଇଯାଇଥିଲା ଭାରତର ଅସଲ ଖେଳ । ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପୁଲ-ଡିରେ ଥିବା ଭାରତ ଓ ୱେଲ୍ସ ମଧ୍ୟରେ ଅନ୍ତିମ ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଭାରତ 4-2ରେ ୱେଲ୍ସକୁ ପରାସ୍ତ କରିଛି । ଆଉ ଏହା ପରେ ଭାରତର ସେଲିବ୍ରେସନ ଆରମ୍ଭ ହୋଇଥିଲା । ୱେଲ୍ସ ବିପକ୍ଷରେ ବିଜୟ ପରେ ଭାରତର ସେଲିବ୍ରେସନ ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମରେ ଭାରତୀୟ ଖେଳାଳି ବୋଲ ତାରାରା ସଙ୍ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଖେଳାଳିମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...Hockey World Cup: ଆଜି ୪ଟି ମ୍ୟାଚ, କ୍ବାଟର ଫାଇନାଲ ପାଇଁ ହେବ ଜୋରଦାର ଲଢେଇ
ଭାରତ ଓ ୱେଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଭାରତ ୱେଲ୍ସ ବିପକ୍ଷରେ ବଡ ମାର୍ଜିନରେ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ ୱେଲ୍ସ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଥିଲା । ପ୍ରଥମ କ୍ବାର୍ଟର ଗୋଲ ଶୂନ ରହିଥିଲା । ଏହାପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ଆଟାକିଂ ଗେମ ଖେଳିବାକୁ ଲାଗିଥିଲା । ଭାରତର ଶମଶେର ସିଂ ପ୍ରଥମ ଗୋଲ କରି 1-0ରେ ଦଳକୁ ଆଗୁଆ ରଖିଥିଲେ । ଏହା ପରେ ଭାରତ ଆଉ ଏକ ଗୋଲ କରିଥିଲା ।