ଓଡିଶା

odisha

ETV Bharat / sports

Hockey World Cup: ଭାରତକୁ ଝଟକା, ଶେଷ ପୁଲ ମ୍ୟାଚ ଖେଳିବେନି ହାର୍ଦ୍ଦିକ - ହାର୍ଦ୍ଦିକ ସିଂହ

FIH ପୁରୁଷ ହକି ବିଶ୍ବକପରେ ଶେଷ ପୁଲ ମ୍ୟାଚ ପୂର୍ବରୁ ଭାରତକୁ ଏକ ଶକ୍ତ ଧକ୍କା ଲାଗିଛି । ଆହତ ସମସ୍ୟା ପାଇଁ ୱେଲ୍ସ ବିପକ୍ଷରେ ଖେଳିବେ ନାହିଁ ହାର୍ଦ୍ଦିକ ସିଂହ । ଅଧିକ ପଢନ୍ତୁ

Hockey World Cup
ଭାରତକୁ ଝଟକା, ଶେଷ ପୁଲ ମ୍ୟାଚ ଖେଳିବେନି ହାର୍ଦ୍ଦିକ

By

Published : Jan 17, 2023, 2:13 PM IST

ଭୁବନେଶ୍ବର:FIH ପୁରୁଷ ହକି ବିଶ୍ବକପ ଜାରି ରହିଛି । ଶେଷ ପୁଲ ମ୍ୟାଚ ପୂର୍ବରୁ ଭାରତରୁ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ପାଇଁ ଭାରତର ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ ଭୁବନେଶ୍ବରରେ ଖେଳିବେ ନାହିଁ । 15 ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଶେଷ ପୁଲ ମ୍ୟାଚରେ ୱେଲ୍ସକୁ ଭେଟିବ ଭାରତ । 19 ତାରିଖରେ ଏହି ମ୍ୟାଚ ଖେଳାଯିବ ।

ହାର୍ଦ୍ଦିକ ଆହତ ହେବା ଭାରତୀୟ ଦଳ ପାଇଁ ଚିନ୍ତାରକାରଣ ହୋଇଛି । ଦଳରେ ସେ ଜଣେ ନିର୍ଭଯୋଗ୍ୟ ମିଡ୍‌ ଫିଲ୍ଡର । ମିଡ୍‌ ଫିଲ୍ଡରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ । ଇଂଲଣ୍ଡ ବିପକ୍ଷ ମ୍ୟାଚର ଚତୁର୍ଥ କ୍ବାର୍ଟରରେ ତାଙ୍କ ଗୋଡର ମାଂସପେଶୀ ଟାଣି ହୋଇଯାଇଥିଲା । ଏହାପରେ ପଡିଆରୁ ସେ ବିଦା ହୋଇଥିଲେ । ଏପର୍ଯ୍ୟନ୍ତ ଏହି ସମସ୍ୟାରୁ ସେ ସୁସ୍ଥ ହୋଇନାହାନ୍ତି । ତାଙ୍କର ଏମଆଇଆଇ ସ୍କାନ କରାଯାଇଥିଲା । ସ୍ପେନ ଓ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ତାଙ୍କର ପ୍ରଦର୍ଶନ ଭଲ ଥିଲା । ଯଦି ସେ ସମଗ୍ର ଟୂର୍ଣ୍ଣାମେଣ୍ଟକୁ ବାଦ ପଡନ୍ତି ଭାରତ ପାଇଁ ବଡ କ୍ଷତି ହେବ । ଯଦି ହାର୍ଦ୍ଦିକ ବାଦ ପଡୁଛନ୍ତି ତାଙ୍କ ସ୍ଥାନରେ 18ଜଣିଆ ଦଳରେ ରିଜର୍ଭ ଖେଳାଳି ରାଜକୁମାର ପାଲ କିମ୍ବା ଜୁଗରାଜ ସିଂହଙ୍କୁ ସାମିଲ କରାଯିବ । ମାତ୍ର FIH ନିୟମ ଅନୁସାରେ ଯଦି ଜଣେ ଖେଳାଳି ପରିବର୍ତ୍ତନ କରାଯାଏ ତେବେ ଆହତ ଖେଳାଳି ଜଣଙ୍କ ସୁସ୍ଥ ହେଲେ ବି ଆଉ ଦଳକୁ ଫେରିବେ ନାହିଁ ।

ଏହା ବି ପଢନ୍ତୁ...Hockey World Cup: ପଞ୍ଚମ ଦିନରେ ହକି ମହାସମର, ନଜର ପକାନ୍ତୁ ଆଜିର ମୁକାବିଲା ଉପରେ

ପ୍ରକାଶ ଥାଉ କି, ଜାନୁଆରୀ 13 ତାରିଖରୁ ପୁରୁଷ ହକି ବିଶ୍ବକପ ଆରମ୍ଭ ହୋଇଛି । ଏଯାଏଁ ମୋଟ 28ଟି ମ୍ୟାଚ ଖେଳାଯାଇଛି । ପ୍ରଥମ ଦିନରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । 2-0 ଗୋଲରେ ସ୍ପେନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା ଭାରତ । ପରବର୍ତ୍ତୀ ମୁକାବିଲାରେ ଇଂଲଣ୍ଡ ସହ ଏକ ଘମାଘୋଟ ଲଢେଇ ହୋଇଥିଲା । ଏଥିରେ କେହି କାହାକୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ । ଫଳରେ ମ୍ୟାଚଟି 0-0ରେ ଡ୍ର ହୋଇଥିଲା । ପରବର୍ତ୍ତୀ ଅର୍ଥାତ ଶେଷ ପୁଲ ମ୍ୟାଚରେ ଭାରତ-ୱେଲ୍ସ ମଧ୍ୟରେ ମୁକାବିଲା ହେବ । ଅଭିଜ୍ଞ ମିଡ ଫିଲ୍ଡର ହାର୍ଦ୍ଦିକଙ୍କ ଅନୁପସ୍ଥିତି ଦଳ ପାଇଁ ଭାରି ପଡ଼ିପାରେ । ଶେଷ ପୁଲ ମ୍ୟାଚ ଜିତିବାକୁ ଭାରତକୁ ଜୋରଦାର ରଣନୀତି ପ୍ରସ୍ତୁତ କରିବାକୁ ହେବ ।

ଗତକାଲି(ସୋମବାର) ଚତୁର୍ଥ ଦିନରେ 4ଟି ମ୍ୟାଚ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ନେଦରଲାଣ୍ଡସ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡକୁ 4-0 ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ଏକପ୍ରକାର ସ୍ଥାନ ନିଶ୍ଚିତ କରିଛି । 2ଟି ବିଜୟ ସହ ନେଦରଲାଣ୍ଡସ 6 ପଏଣ୍ଟ ପାଇ ପୁଲ ସିରେ ଶୀର୍ଷ ସ୍ଥାନକୁ ଆହୁରି ସୁଦୃଢ କରିଛି । ସେହିପରି ଅନ୍ୟ ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫ୍ରାନ୍ସ ବିଜୟ ସ୍ବାଦ ଚାଖିଛି । ଦକ୍ଷିଣ ଆଫ୍ରିକାକୁ 2-1 ଗୋଲ୍‌ରେ ପରାସ୍ତ କରିଛି ଫ୍ରାନ୍ସ । ଆଉ ଏକ ମ୍ୟାଚ୍‌ରେ ମାଲେସିଆ 3-2 ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଥିବା ମ୍ୟାଚ୍‌ 3-3 ଗୋଲରେ ଡ୍ର' ହୋଇଛି । ଆଜି(ମଙ୍ଗଳବାର) ଦୁଇଟି ମ୍ୟାଚ୍‌ ଖେଳାଯିବ । କୋରିଆ, ଜାପାନ ଓ ବେଲଜିୟମ ଜର୍ମାନୀ ମଧ୍ୟରେ ମୁକାବିଲା ହେବ । ନେଦରଲାଣ୍ଡ୍‌ସ୍‌ ହିଁ ଏକାମାତ୍ର ଦଳ ଭାବେ ବିଜୟଧାରା ବଜାୟ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details