ଭୁବନେଶ୍ବର :ଅଷ୍ଟ୍ରେଲିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଲା ନେଦରଲାଣ୍ଡସ । ହକି ବିଶ୍ବକପ ୨୦୨୩ ରେ ନେଦରଲାଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି । ଆଜି (ରବିବାର) ହକି ବିଶ୍ବକପ ୨୦୨୩ରେ ତୃତୀୟ ସ୍ଥାନ ପାଇଁ ମୁକବିଲା ହୋଇଥିଲା । ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡସ । ଏହି ମ୍ୟାଚରେ ନେଦରଲାଣ୍ଡସ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ବିଶ୍ବକପରେ ତୃତୀୟ ସ୍ଥାନ ଅଧିକାର କରିଛି । ନେଦରଲାଣ୍ଡସ ଅଷ୍ଟ୍ରେଲିଆକୁ ୩-୧ ଗୋଲରେ ପରାସ୍ତ କରିଛି । ଆଜିର ମ୍ୟାଚରେ ଥିଏରୀ ବ୍ରିଙ୍କମେନ୍ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ନେଦରଲାଣ୍ଡସ ଓ ଅଷ୍ଟ୍ରେଲିଆ ବିଶ୍ବକପ ଦୌଡରୁ ବାଦ ପଡିଥିବା ବେଳେ ତୃତୀୟ ସ୍ଥାନ ନେଇ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହୋଇଥିଲା । ଆରମ୍ଭରୁ ଉଭୟ ଦଳ ଆଟାକିଂ ମୋଡରେ ଖେଳିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରେଲିଆ ୧-୦ ଗୋଲରେ ଆଗୁଆ ରହିଥିଲା । ନେଦରଲାଣ୍ଡସ ତରଫରୁ ପ୍ରଥମାର୍ଦ୍ଧରେ କୌଣସି ଗୋଲ ହୋଇନଥିଲା । ମ୍ୟାଚର ୧୩ ମିନିଟରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଜେର୍ମି ହାୟୱାର୍ଡ ଦେଇଥିଲେ ।
ସେପଟେ ଦ୍ବିତୀୟାର୍ଦ୍ଧରେ ନେଦରଲାଣ୍ଡ ହକି ଟିମ ଜବରଦସ୍ତ କମବ୍ୟାକ କରିଥିଲା । ମ୍ୟାଚର ଦ୍ବିତୀୟାର୍ଦ୍ଧରେ ନେଦରଲାଣ୍ଡ ତିନୋଟି ଗୋଲ ଦେଇ ଅଷ୍ଟ୍ରେଲିଆକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲା । ମ୍ୟାଚର ୩୩ ମିନିଟରେ ନେଦରଲାଣ୍ଡ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଜିପ ଜାନସେନ ଦେଇଥିଲେ । ସେହିପରି ମ୍ୟାଚର ୩୫ ମିନିଟରେ ନେଦରଲାଣ୍ଡ ଦ୍ବିତୀୟ ଗୋଲ ଦେଇ ସ୍ଥିତି ମଜବୁତ କରିଥିଲା । ସେହିପରି ମ୍ୟାଚର ୪୦ ମିନିଟରେ ନେଦରଲାଣ୍ଡ ତୃତୀୟ ଗୋଲ ଦେଇଥିଲା । ନେଦରଲାଣ୍ଡ ୩-୧ ଗୋଲରେ ଆଗୁଆ ରହିଥିଲା । ସେପଟେ ନିଜର ଦ୍ବିତୀୟ ଗୋଲ ପାଇଁ ସଂଘର୍ଷ ଜାରି ରଖିଥିଲା ଅଷ୍ଟ୍ରେଲିଆ । ହେଲେ ମ୍ୟାଚର ନିର୍ଦ୍ଧାରିତ ସମୟ ବେଳକୁ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ହିଁ ଗୋଲ କରିପାରିଥିଲା । ମ୍ୟାଚର ଫାଇନାଲ ଜାଟ ବେଳକୁ ନେଦରଲାଣ୍ଡ ୩ ଟି ଗୋଲ ଦେଇଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ଦେଇଥିଲା । ଏହି ପରାଜୟ ପରେ ଅଷ୍ଟ୍ରେଲିଆ ହକି ବିଶ୍ବକପ ୨୦୨୩ରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ସେପଟେ ଅଷ୍ଟ୍ରେଲିଆକୁ ପରାସ୍ତ କରି ନେଦରଲାଣ୍ଡ ହକି ବିଶ୍ବକପ ୨୦୨୩ରେ ତୃତୀୟ ସ୍ଥାନ ହାସଲ କରିବା ସହିତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି ।
ଇଟିିଭି ଭାରତ, ଭୁବନେଶ୍ବର