ଭୁବନେଶ୍ବର:ଚାହୁଁ ଚାହୁଁ ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ଦିନ ନିକଟ ହେଉଛି । ଆଉ ମାତ୍ର 8 ବାକି ରହିଛି । ଏହାରି ଭିତରେ ଆଜି ରାଜଧାନୀରେ ପହଞ୍ଚିଛି ନେଦରଲ୍ୟାଣ୍ଡସ ଟିମ । ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଞ୍ଚିଛି । ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ମ୍ୟାଚ ଖେଳିବ ଟିମ । 2018ର ବିଶ୍ବକପରେ ନେଦରଲାଣ୍ଡସ ଦଳ ରୌପ୍ୟ ପଦକ ଜିତିଥିଲା । ପୂର୍ବରୁ ଡିସେମ୍ବର 27 ତାରିଖରେ ଭୁବନେଶ୍ବରେ ପହଞ୍ଚିଥିଲା ଭାରତୀୟ ଦଳ । ବର୍ତ୍ତମାନ ଦଳ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରୁଛି ଭାରତୀୟ ଟିମ ।
ବ୍ରିଙ୍କମାନଙ୍କ ଉପରେ ନେଦରଲାଣ୍ଡସ ହକି ଟିମର ଅଧିନାୟକ ଭାର ରହିଛି । ପ୍ରଶିକ୍ଷକ ଡେଲମି ରହିଥିବା ସୂଚନା ମିଳିଛି । ତୃତୀୟ ଥର ପାଇଁ ନେଦରଲ୍ୟାଣ୍ଡସ ଟିମ ଭୁବନେଶ୍ବର ଆସିଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଦଳକୁ ସ୍ବାଗତ କରାଯାଇଥିଲା । ଆସନ୍ତାକାଲି (ଗୁରୁବାର) ଚିଲି ଭୁବନେଶ୍ବରରେ ପହଞ୍ଚିବ । ଶୁକ୍ରବାର ଡିଭେଣ୍ଡିଂ ଚାମ୍ପିଅନ ବେଲଜିୟମ ଓ ଅଷ୍ଟ୍ରେଲିଆ ଭୁବନେଶ୍ବରରେ ପହଞ୍ଚିବେ । ବିଦେଶୀ ଦଳକୁ ସ୍ବାଗତ କରିବାକୁ ରାଉରକେଲା ପ୍ରସ୍ତୁତ ଅଛି । ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହୋଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ନେଦରଲାଣ୍ଡସ ଟିମ୍ । ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଗ୍ରୁପ୍ ସିରେ ରହିଛି ନେଦରଲାଣ୍ଡସ ଏବଂ ଏହା ସହିତ ନ୍ୟୁଜିଲାଣ୍ଡ, ଚିଲି ଆଉ ମାଲେସିଆ ମଧ୍ୟ ରହିଛନ୍ତି ।