ଓଡିଶା

odisha

By

Published : Jan 20, 2023, 9:25 PM IST

Updated : Jan 21, 2023, 8:30 AM IST

ETV Bharat / sports

Hockey World Cup 2023 : କୋରିଆ ବିପକ୍ଷରେ ଜର୍ମାନୀର ସହଜ ବିଜୟ

ଆଜି ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ ଶେଷ ହୋଇଛି । ହକି ବିଶ୍ବକପ ୨୦୨୩ ର ଆଜି ( ଶୁକ୍ରବାର ) ଅଷ୍ଟମ ଦିନ । କୋରିଆକୁ ୭-୨ ଗୋଲରେ ପରାସ୍ତ କଲା ଜର୍ମାନୀ । ଅଧିକ ପଢନ୍ତୁ

କୋରିଆ ବନାମ ଜର୍ମାନୀ
କୋରିଆ ବନାମ ଜର୍ମାନୀ

Hockey World Cup 2023 : କୋରିଆ ବିପକ୍ଷରେ ଜର୍ମାନୀର ସହଜ ବିଜୟ

ରାଉରକେଲା : କୋରିଆ ବିପକ୍ଷରେ ଜର୍ମାନୀର ସହଜ ବିଜୟ । କୋରିଆକୁ ୭-୨ ଗୋଲରେ ପରାସ୍ତ କଲା ଜର୍ମାନୀ । ହକି ବିଶ୍ବକପ ୨୦୨୩ ର ଆଜି(ଶୁକ୍ରବାର) ଅଷ୍ଟମ ଦିନ । ଆଜି ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଶେଷ ହୋଇଛି । ଆଜିର ଚତୁର୍ଥ ମ୍ୟାଚରେ ମୁହାମୁହିଁ ହୋଇଥିଲେ ପୁଲB'ର କୋରିଆ ବନାମ ଜର୍ମାନୀ । ଟିମ୍‌ ଜର୍ମାନୀ ୭-୨ ଗୋଲରେ କୋରିଆକୁ ମାତ୍ ଦେଇଛି । ନିକୋଲସ ୱାଲେନ ସର୍ବାଧିକ ୩ଟି ଗୋଲ୍‌ ଦେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଆଜି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସମସ୍ତ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି । ଆଜିର ଚତୁର୍ଥ ମ୍ୟାଚ୍‌ରେ ପୁଲB'ରେ କୋରିଆକୁ ଭେଟିଥିଲା ଜର୍ମାନୀ । ଜର୍ମାନୀ ଆରମ୍ଭରୁ ଦମଦାର ପ୍ରଦର୍ଶନ ଜାରି ରଖି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା । ନିକୋଲସ ୱାଲେନ ସର୍ବାଧିକ ୩ ଟି ଗୋଲ ଦେଇଥିଲେ । ସେହିପରି ଗୋନଜାଲୋ ପେଇଲଟ, ଜସଟୁଆସ ୱିଗାଣ୍ଡ, ମାଟ୍ସ ଗ୍ରାମବୁସ୍ଚ, ମୋରଟିଜ ଲୁଡିଗ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

ଆରମ୍ଭରୁ ମ୍ୟାଚରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଜର୍ମାନୀ । ଖେଳ ଆରମ୍ଭରୁ ନିକୋଲସ ୱାଲେନ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ସେ ଏହି ଗୋଲ ମ୍ୟାଚ ୨ ମିନିଟରେ ଦେଇଥିଲେ । ପରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ମ୍ୟାଚର ୧୫ ମିନିଟରେ କୋରିଆ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଜନଘ୍ୟୁଅନ ଜାଙ୍ଗ୍‌ ଦେଇଥିଲେ । ପରେ ମ୍ୟାଚର ୧୭ତମ ମିନିଟରେ ନିକୋଲସ ୱାଲେନ ଆଉ ଏକ ଗୋଟିଏ ଗୋଲ ଦେଇ ଦଳର ସ୍ଥିତି ମଜଭୁତ କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଜର୍ମାନୀ ୨ଟି ଗୋଲ କରିଥିବା ବେଳେ କୋରିଆ ଗୋଟିଏ ଗୋଲ ଦେଇଥିଲା ।

ଏହା ପରେ ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହୋଇଥିଲା । ଗୋଟିଏ ପଟେ କୋରିଆ ଗୋଲ୍‌ ଦେବା ପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ଜର୍ମାନୀ ସୁଯୋଗର ଫାଇଦା ଉଠାଇ ଗୋଲ୍‌ ଉପରେ ଗୋଲ୍‌ ଦେଇ ଚାଲିଥିଲା । ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ୫ଟି ଗୋଲ ଦେବାରେ ସଫଳ ରହିଥିଲା । ମ୍ୟାଚର ୪୧ ମିନିଟରେ ନିକୋଲସ ୱାଲେନ ଗୋଟିଏ ଗୋଲ ଦେଇଥିଲେ । ଏହାପରେ ଜର୍ମାନୀ ୪୩ ମିନିଟରେ, ୫୧ ମିନିଟରେ ଏବଂ ୫୩ ମିନିଟରେ ଦୁଇଟି ଗୋଲ ଦେଇ ଫାଇନାଲ ହୁଟର ସୁଦ୍ଧା ଦଳର ଗୋଲ ସ୍କୋର ୭ରେ ପହଁଞ୍ଚିଥିଲା । ସେପଟେ ଦ୍ବିତୀୟାର୍ଦ୍ଧରେ କୋରିଆ ଗୋଟିଏ ଗୋଲ କରିଥିବା ବେଳେ ଖେଳର ନିର୍ଦ୍ଧାରିତ ସମୟ ବେଳକୁ ୨ଟି ଗୋଲ କରିଥିଲା ।

Last Updated : Jan 21, 2023, 8:30 AM IST

ABOUT THE AUTHOR

...view details