ଓଡିଶା

odisha

ETV Bharat / sports

Hockey World Cup 2023: ବେଲଜିୟମର ସହଜ ବିଜୟ, ୭-୧ ଗୋଲରେ ଜାପାନ ପରାସ୍ତ - ବେଲଜିୟମର ସହଜ ବିଜୟ

ହକି ବିଶ୍ବକପ ୨୦୨୩ ର ଆଜି(ଶୁକ୍ରବାର)ଅଷ୍ଟମ ଦିନ । ଜାପାନକୁ ୭-୧ ଗୋଲରେ ପରାସ୍ତ କରିଛି ବେଲଜିୟମ । ଅଧିକ ପଢନ୍ତୁ

ଜାପାନ ବନାମ ବେଲଜିୟମ
ଜାପାନ ବନାମ ବେଲଜିୟମ

By

Published : Jan 20, 2023, 7:46 PM IST

Updated : Jan 21, 2023, 8:31 AM IST

ବେଲଜିୟମର ସହଜ ବିଜୟ

ରାଉରକେଲା: ଜାପାନ ବିପକ୍ଷରେ ବେଲଜିୟମର ଜବରଦସ୍ତ ବିଜୟ । ଜାପାନକୁ ୭-୧ ଗୋଲରେ ପରାସ୍ତ କରିଛି ବେଲଜିୟମ । ହକି ବିଶ୍ବକପ ୨୦୨୩ ର ଆଜି(ଶୁକ୍ରବାର) ଅଷ୍ଟମ ଦିନ । ଆଜି ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯାଉଛି । ଆଜିର ତୃତୀୟ ମ୍ୟାଚରେ ମୁହାମୁହିଁ ହୋଇଥିଲେ ପୁଲB'ରେ ଜାପାନ ବନାମ ବେଲଜିୟମ । ଏହି ମ୍ୟାଚରେ ବେଲଜିୟମ ଜାପାନକୁ ୭-୧ ଗୋଲରେ ମାତ ଦେଇଛି । ବେଲଜିୟମର ଟମ ବୁନ ସର୍ବାଧିକ ୫ଟି ଗୋଲ ଦେଇ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରାରମ୍ଭରୁ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ମ୍ୟାଚରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା । ବେଲଜିୟମ ଆକ୍ରାମକ ଶୈଳୀରେ ଆରମ୍ଭ କରିଥିଲା ମ୍ୟାଚ୍‌ । ଶେଷରେ ଫୁଲ ଟାଇମ ସୁଦ୍ଧା ଦଳ ୭ ଗୋଲ କରି ଜାପାନକୁ ସହଜରେ ପରାସ୍ତ କରିଛି । ବେଲଜିୟମର ଟମ ବୁନ ସର୍ବାଧିକ ୫ଟି ଗୋଲ ଦେଇ ଆଜିର ମ୍ୟାଚର ହିରୋ ସାଜିଥିଲେ । ସେହିପରି କେଡରିକ ଚାରଲିଏର ଏବଂ ଶିବାସ୍ତିନ ଡୋକିଏର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

ଆଟାକିଂ ମୋଡରେ ଖେଳିଥିଲା ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ । ଦଳ ପ୍ରଥମାର୍ଦ୍ଧରେ ନିଜର ଦବଦବା ଜାହିର କରି ୪ଟି ଗୋଲ କରିଥିଲା । କେଡରିକ ଚାରଲିଏର ମ୍ୟାଚର ୧୮ ମିନିଟରେ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହା ପରେ ଠିକ ୪ ମିନିଟ ପରେ ଟମ ବୁନ ଗୋଟିଏ ଗୋଲ ଦେଇଥିଲେ । ସେହିପରି ମ୍ୟାଚର ୨୭ ଏବଂ ୨୮ ମିନିଟରେ ଟମ ବୁନ ଲଗାତାର ୨ଟି ଗୋଲ ଦେଇ ଦଳର ଗୋଲ ସ୍କୋର ୪କୁ ବୃଦ୍ଧି କରିଥିଲେ । ସେପଟେ ଖେଳର ପ୍ରଥମାର୍ଦ୍ଧରେ ବିଫଳ ରହିଥିଲା ଜାପାନ । ଜାପାନ ଗୋଟିଏ ବି ଗୋଲ ଦେଇନଥିଲା ।

ସେହିପରି ଦ୍ବିତୀୟାର୍ଦ୍ଧରେ ମାତ୍ର ଗୋଟିଏ ଗୋଲ କରିଥିଲା ଜାପାନ । ଖେଳର ୪୬ ମିନିଟରେ ଗୋଟିଏ ଗୋଲ ଦେଇ ଖାତା ଖୋଲିପାରିଥିଲା ଜାପାନ । ସେପଟେ ବେଲଜିୟମ ଟିମ ଘୋମାଘୋଟ ଲଢେଇ ଜାରି ରଖି ଦ୍ବିତୀୟାର୍ଦ୍ଧରେ ଆଉ ୩ଟି ଗୋଲ ଦେବାରେ ସକ୍ଷମ ହୋଇପାରିଥିଲା । ମ୍ୟାଚର ୫୧ ମିନିଟରେ ଆଉ ଗୋଟିଏ ଗୋଲ ଦେଇଥିଲେ ଟମ ବୁନ । ସେହିପରି ମ୍ୟାଚର ୫୨ ମିନିଟରେ ଶିବାସ୍ତିନ ଡୋକିଏର ଗୋଟିଏ ଗୋଲ ଦେଇଥିଲେ । ଖେଳର ଶେଷ ମୁହୂର୍ତ୍ତ ବେଳକୁ ତଥା ମ୍ୟାଚର ୫୬ ମିନିଟରେ ଟମ ବୁନ ଆଉ ଗୋଟିଏ ଗୋଲ ଦେଇଥିଲେ । ଫାଇନାଲ ହୁଟର ସୁଦ୍ଧା ଟିମ୍‌ ବେଲଜିୟମ ୭ଟି ଗୋଲ ଦେଇ ଜାପାନଠାରୁ ସହଜ ବିଜୟ ହାସଲ କରିଥିଲା ।

Last Updated : Jan 21, 2023, 8:31 AM IST

ABOUT THE AUTHOR

...view details