ଓଡିଶା

odisha

ETV Bharat / sports

ପୁରୁଷ ଜୁନିୟର ହକି ବିଶ୍ବକପ; ଫାଇନାଲ ପାଇଁ ଆଜି ଜର୍ମାନୀ ଓ ଭାରତ ମଧ୍ୟରେ ହେବ ଜୋରଦାର ଫାଇଟ - ଭାରତ ଓ ଜର୍ମାନୀ

Hockey Men's Junior World Cup: ଫାଇନାଲକୁ ଆଉ ମାତ୍ର ପାଦେ । ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଜର୍ମାନୀ ଓ ଭାରତ ।

ପୁରୁଷ ଜୁନିୟର ହକି ବିଶ୍ବକପ
Hockey Mens Junior World Cup 2023

By ETV Bharat Odisha Team

Published : Dec 14, 2023, 9:49 AM IST

କ୍ବାଲାଲୁମ୍ପୁର:ଏଫଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ବକପରେ ଆଜି ରହିଛି ସେମିଫାଇନାଲ ମ୍ୟାଚ । ଜର୍ମାନୀ ଓ ଭାରତ ମଧ୍ୟରେ ହେବ ଜୋରଦାର ଫାଇଟ । ଫାଇନାଲରେ ପହଞ୍ଚିବାକୁ ପରସ୍ପରକୁ କଡା ଟକ୍କର ଦେବେ ଦୁଇ ଦଳ । ଏଥି ପାଇଁ ଦଳ ପ୍ରସ୍ତୁତି ଶେଷ କରିଛି । ଅପରାହ୍ନ 3ଟା 30 ମିନିଟରେ ଖେଳାଯିବ ମ୍ୟାଚ । କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସକୁ 4-3 ଗୋଲ୍‌ରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନିତ ହୋଇଥିଲା ଭାରତ । ଲଗାତାର ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବାରୁ ଆଜିର ମ୍ୟାଚ୍‌ ପାଇଁ ମେନ୍‌ ଇନ୍‌ ବ୍ଲୁ'ର ମନୋବଳ ଦୃଢ଼ ରହିଛି । ଫାଇନାଲରେ ପ୍ରବେଶ କରିବାକୁ ଆଉ ମାତ୍ର ଗୋଟିଏ ପାଦ ବାକି ରହିଥିବାରୁ ଦୁଇ ଦଳର ଖେଳାଳି ଆଜିର ମ୍ୟାଚ୍‌ ପାଇଁ ଉତ୍ସାହି ଅଛନ୍ତି । ଆଜି ସ୍ପେନ୍‌ ଓ ଫ୍ରାନ୍ସ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ମଧ୍ୟ ଖେଳାଯିବ ।

ପୁରୁଷ ଜୁନିୟର ହକି ବିଶ୍ବକପ୍‌ ଡିସେମ୍ବର 12 ତାରିଖରେ ନେଦରଲାଣ୍ଡ୍ସ ଓ ଭାରତ ମଧ୍ୟରେ କ୍ବାଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଭାରତୀୟ ଦଳ 4-3 ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ସେମିରେ ପହଞ୍ଚିଥିଲା । ପ୍ରଥମେ ଦୁଇଟି କ୍ବାଟରରେ ନେଦରଲାଣ୍ଡ୍ସ 2ଟି ଗୋଲ ଦେଇଥିବା ବେଳେ ଭାରତ ଗୋଟିଏବି ଗୋଲ କରିବାରେ ସମର୍ଥ ହୋଇନଥିଲା ଭାରତ । ଏହାପରେ ତୃତୀଯ କ୍ବାଟରରେ ଭାରତ ଭାରତୀ ଦଳର ଆଦିତ୍ୟ ଓ ଅରଜିତ ସିଂହ ହୁଣ୍ଡାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ନେଦରଲାଣ୍ଡ୍ସ ମଧ୍ୟ ଗୋଟିଏ ଗୋଲ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁରୁଷ ଜୁନିୟର ହକି ବିଶ୍ବକପ: କାନାଡାକୁ ହରାଇ କ୍ବାଟରରେ ପହଞ୍ଚିଲା ଭାରତ

ଚତୁର୍ଥ କ୍ବାଟରରେ ଭାରତ 2ଟି ଗୋଲ୍‌ ଦେଇ ଥିବା ବେଳେ ନେଦରଲାଣ୍ଡ ଗୋଟିଏବି ଗୋଲ କରିପାରିନଥିଲା । ଫଳରେ ଭାରତଠାରୁ ପରାଜିତ ହୋଇଥିଲା । ଚତୁର୍ଥ କ୍ବାଟରରେ ଭାରତ ପକ୍ଷରୁ ସୌରଭ ଓ ଉତ୍ତମ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ମାଲେସିଆର କ୍ବାଲାଲମ୍ପୁରରେ ଜାରି ରହିଛି ଏଫଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ବକପର 13 ତମ ସଂସ୍କରଣରେ । ପୁଲ୍‌ ସି'ରେ ଭାରତ ରହିଥିବା ବେଳେ 3ଟି ମ୍ୟାଚ୍‌ ଖେଳିଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ 2ଟି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଦକ୍ଷିଣ କୋରିଆ ଓ କାନାଡ଼ା ସହ ଖେଳି ବିଜୟୀ ହୋଇଥିବା ବେଳେ ସ୍ପେନ୍‌ଠାରୁ ପରାଜିତ ହୋଇଥିଲା । କାନାଡ଼ାକୁ 10-1 ଗୋଲରେ ଭାରତ ପରାସ୍ତ କରି କ୍ବାଟରରେ ପହଞ୍ଚିଥିଲା ।

ABOUT THE AUTHOR

...view details