ଓଡିଶା

odisha

ETV Bharat / sports

Germany Spain Tour: ଭାରତୀୟ ମହିଳା ହକି ଦଳ ଘୋଷଣା, ଦୀପ୍‌ଗ୍ରେସ୍‌ ଉପଅଧିନାୟିକା - ଜର୍ମାନୀ ଗସ୍ତ ନେଇ ଭାରତୀୟ ମହିଳା ହକି ଦଳ

ଭାରତୀୟ ମହିଳା ହକି ଦଳ ଆଗକୁ ଜର୍ମାନୀ ଓ ସ୍ପେନ ଗସ୍ତ କରିବ । ଏନେଇ ହକି ଇଣ୍ଡିଆ 20 ଜଣିଆ ଦଳ ଘୋଷଣା କରିଛି । ଅଧିକ ପଢନ୍ତୁ

Germany Spain Tour
Germany Spain Tour

By

Published : Jul 5, 2023, 12:39 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଜର୍ମାନୀ ଗସ୍ତ କରିବା ସହ ସ୍ପେନରେ ଚତୁଃରାଷ୍ଟ୍ରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ଖେଳିବ । ଏନେଇ 20 ଜଣିଆ ହକି ଦଳ ଘୋଷଣା ହୋଇଛି । ଗୋଲକିପର ସବିତା ପୁନିଆଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଦଳରେ ଓଡ଼ିଶାରୁ 2ଜଣ ଖେଳାଳି ଦୀପଗ୍ରେସ ଏକ୍କା ଓ ଜ୍ୟୋତି ଛତ୍ରୀ ସ୍ଥାନ ପାଇଛନ୍ତି । ଦୀପଗ୍ରେସ ଏକ୍କା ଉପଅଧିନାୟିକା ଦ୍ବାୟିତ୍ବ ତୁଲାଇବେ ।

ଏହା ବି ପଢନ୍ତୁ...Asian Games 2023: ଜର୍ମାନୀ ଓ ସ୍ପେନ ଗସ୍ତ କରିବ ଭାରତୀୟ ମହିଳା ହକି ଦଳ

ପ୍ରଥମେ ଜର୍ମାନୀ ଗସ୍ତ କରିବ ଭାରତୀୟ ମହିଳା ହକି ଦଳ । ସେଠାରେ 3ଟି ମ୍ୟାଚ ଖେଳିବ । ପ୍ରଥମେ ଚୀନ ସହ ଗୋଟିଏ ମ୍ୟାଚ ପରେ ଘରୋଇ ଜର୍ମାନୀ ସହ 2ଟି ମ୍ୟାଚ ଖେଳିବ । ଏହାପରେ ଜୁଲାଇ 16ରୁ 19 ଯାଏଁ ସ୍ପେନ ଗସ୍ତ କରିବ । ସ୍ପେନ୍‌ ହକି ସଂଘ ତାର 100ବର୍ଷ ପୂର୍ତ୍ତୀ ପାଳନ କରୁଛି । ସେଠାରେ ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଆୟୋଜକ ସ୍ପେନ୍‌କୁ ନେଇ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ତାର ଦକ୍ଷତା ଦେଖାଇବା ନେଇ ସୁଯୋଗ ରହିଛି ।

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

20 ଜଣିଆ ଭାରତୀୟ ମହିଳା ହକି ଦଳ: ସବିତା ପୁନିଆ (ଅଧିନାୟିକା), ବିଛୁ ଦେବୀ ଖାରିବାମ, (ଡିଫେଣ୍ଡର)- ଦୀପ ଗ୍ରେସ ଏକ୍କା (ଉପଅଧିନାୟିକା), ନିକ୍କି ପ୍ରଧାନ, ଇଷିକା ଚୌଧୁରୀ, ଉଦିତା, ସୁଶୀଳା ଚାନୁ ପୁଖରାମବାମ, (ମିଡଫିଲ୍ଡର)- ନିଶା, ମୋନିକା, ସାଲିମା ଟେଟେ, ନେହା, ନବନୀତ କୌର, ସୋନିକା, ବାଲଜିତ କୌର, ବୈଷ୍ଣବୀ ଭିତାଲ ଫାଲକେ, ଜ୍ୟୋତି ଛତ୍ରୀ, (ଫରୱାର୍ଡ)- ଲାଲରେମସିଆମି, ଦୀପିକା, ସଙ୍ଗୀତା କୁମାରୀ, ବନ୍ଦନା କଟାରିୟା ।

ପ୍ରକାଶଥାଉ କି, ଜୁଲାଇ 12ରୁ 19 ଜୁଲାଇ ଯାଏଁ ଜର୍ମାନୀ ଓ ସ୍ପେନ୍‌ ଗସ୍ତ କରିବ ଭାରତୀୟ ମହିଳା ଦଳ । ଜର୍ମାନୀ ଗସ୍ତ ପରେ ଭାରତ ସ୍ପେନ୍‌ର ଟେରାସା ଗସ୍ତ କରି ସେଠାରେ ଏକ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ୍‌ ଖେଳିବ । ଏଥିରେ ଭାରତ ସମେତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ସ୍ପେନ୍‌ ଅଂଶ ଗ୍ରହଣ କରିବେ । ଏହି ଗସ୍ତ ଏସିଆନ ଗେମ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ଆଶା କରାଯାଉଛି ।

ଆସନ୍ତା ବର୍ଷ ପ୍ୟାରିସ ଅଲମ୍ପିକ୍ସ ପାଇଁ ଏସିଆନ ଗେମ୍ସ ଯୋଗ୍ୟତା ପର୍ଯ୍ୟାୟରୁ ଟୁର୍ଣ୍ଣାମେଣ୍ଟ ବିବେଚିତ ହେବ । ସେପ୍ଟେମ୍ବର 23ରୁ ଅକ୍ଟୋବର 8 ତାରିଖ ଯାଏଁ ଚୀନର ହାଙ୍ଗଝୁରରେ ଏସିଆନ ଗେମ୍ସ ଆୟୋଜିତ ହେବ ।

ABOUT THE AUTHOR

...view details