ନୂଆଦିଲ୍ଲୀ:ହକିପ୍ରେମୀଙ୍କ ପାଇଁ ଖୁସି ଖବର । 2017ରୁ ବନ୍ଦ ଥିବା ବହୁ ପ୍ରତୀକ୍ଷିତ ହକି ପ୍ରିମିୟର ଲିଗ ଏଥର ନୂଆ ରୂପରେ ଦେଖିବାକୁ ମିଳିଛି । ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ହକି ଇଣ୍ଡିଆ ଲିଗ ଅନୁଷ୍ଠିତ ହେବ । ପୁରୁଷରେ 8ଟି ଦଳ ଓ ମହିଳାରେ 4ଟି ଦଳ ରହିବେ । ଆସନ୍ତାବର୍ଷ କିମ୍ବା 2025ରେ ଏହାର ଆୟୋଜନ କରିବାକୁ ଯୋଜନା କରାଯାଉଛି । ଏନେଇ ପ୍ରଥମ ପଦକ୍ଷେପ ଆକାରରେ ଗତ ଏପ୍ରିଲରେ କମର୍ସିଆଲ ଓ ମାର୍କେଟିଂ ଏଜନ୍ସିଂ ବିଗ ବ୍ୟାଙ୍କ ମିଡିଆ ଭେଞ୍ଚର୍ସ ପ୍ରୋ ଲିଗକୁ ତାର ପାର୍ଟନର ଭାବେ ଚୟନ କାର୍ଯ୍ୟ ସରିଛି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏହା କହିଛନ୍ତି ।
ସାମିଲ ହେବେ ମହିଳା ଟିମ୍:ହକି ଇଣ୍ଡିଆ ଲିଗରେ କେବଳ ପୁରୁଷ ନୁହଁନ୍ତି ମହିଳା ଖେଳାଳିଙ୍କୁ ମଧ୍ୟ ନୂଆ ପ୍ଲାଟଫର୍ମ ଯୋଗାଇ ଦେବାକୁ ପ୍ରୟାସ କରାଯିବ । ଉଭୟ ବର୍ଗରେ ଲିଗ ଆୟୋଜନ ନେଇ ହକି ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି । ଲିଗରେ 4ଟି ମହିଳା ଦଳ ସାମିଲ ହେବେ । ବ୍ୟସ୍ତପୂର୍ଣ୍ଣ ଅନ୍ତର୍ଜାତୀୟ କ୍ରୀଡାସୂଚୀ ଏବଂ ଅର୍ଥନୈତିକ ସମସ୍ୟା ପାଇଁ 2017ରୁ ହିଲ ବା ହକି ଇଣ୍ଡିଆ ଲିଗ ବନ୍ଦ ରହିଛି । ସମସ୍ତ ପ୍ରାୟୋଜକ, ପ୍ରସାରକ ଏବଂ ଲିଗ ସହ ଜଡିତ ଅନ୍ୟମାନଙ୍କ ସହ ଜୁଲାଇ 5 ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବୈଠକରେ ହିଲ ଆୟୋଜନ ନେଇ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବ ।
ଏହା ବି ପଢନ୍ତୁ...World Cup 2023: ଭାରତ ଗସ୍ତ ନେଇ ପାକ୍ ପିଏମଙ୍କ ଅନୁମତି ଲୋଡିଲା PCB