ଓଡିଶା

odisha

ETV Bharat / sports

Hockey World Cup: 18 ଜଣିଆ ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେ 2 ଓଡିଆ - Hockey India team squad

ପାଖେଇ ଆସୁଛି ହକି ବିଶ୍ବକପ । ଏହି ପ୍ରରିପେକ୍ଷୀରେ ଆଜି 18 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ହରମନ ପ୍ରୀତ ସିଂହଙ୍କ ନେତୃତ୍ବରେ ଖେଳିବ ଭାରତୀୟ ଟିମ । ଅମିତ ରୋହିତ ଦାସ ଉପ ଅଧିନାୟକ । ଅଧିକ ପଢନ୍ତୁ

18 ଜଣିଆ ଭାରତୀୟ ଦଳ ଘୋଷଣା, ହରମନ ପ୍ରୀତଙ୍କୁ ନେତୃତ୍ବ
Hockey World Cup

By

Published : Dec 23, 2022, 1:39 PM IST

ଭୁବନେଶ୍ବର:ଆଉ ହାତ ଗଣତି କିଛି ଦିନ ପରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ । ମଇଦାନ ପ୍ରସ୍ତୁତ ଖେଳାଳି ବି ପ୍ରସ୍ତୁତ । ଏହିପ୍ରରିପେକ୍ଷୀରେ 18 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ହରମନ ପ୍ରୀତ ସିଂହଙ୍କ ନେତୃତ୍ବରେ ଖେଳିବ ଭାରତୀୟ ଟିମ । ଅମିତ ରୋହିତ ଦାସ ଉପ ଅଧିନାୟକ ରହିବେ । ଭାରତୀୟ ଦଳରେ ଦୁଇ ଓଡିଆ ଖେଳାଳି ସମିଲ ହୋଇଛନ୍ତି । ଟିମରେ ସ୍ଥାନ ପାଇଛନ୍ତି ନୀଲମ ସଞ୍ଜୀପ ।

ଭାରତୀୟ ଟିମ...

ଡିଫେଣ୍ଡର...

ଜମନପ୍ରିତ୍ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତ ରୋହିତ ଦାସ (ଉପଅଧିନାୟକ) ନୀଲମ ସଞ୍ଜୀପ । କ୍ରିଷ୍ଣା ବାହାଦୂର ପାଠକ (ଗୋଲକିପର), ଶ୍ରୀଜେସ୍ ପାରାଟ୍ଟୁ ରଭିନ୍ଦ୍ରନ (ଗୋଲକିପର)

ମିଡଫିଲ୍ଡର...

ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମସେର୍ ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ।

ଫରୱାର୍ଡ...

ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଶୁଖଜୀତ୍‌ ସିଂହ

ଅଲ୍ଟରନେଟିଭ ଖେଳାଳି...

ରାଜକୁମାର ପାଲ୍‌, ଜୁଗ୍‌ରାଜ୍‌ ସିଂହ

ଏହା ବି ପଢନ୍ତୁ...MENS HOCKEY WORLD CUP 2023: ନଜର ପକାନ୍ତୁ ହକି ବିଶ୍ବକପ ଖେଳସୂଚୀ ଉପରେ

ପ୍ରକାଶ ଥାଉ କି, ଆସନ୍ତାବର୍ଷ ଅର୍ଥାତ ଜାନୁଆରୀ 13ରୁ ଭୁବନଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ବିଶ୍ବକପ ନେଇ ଡିସେମ୍ବର 19 ତାରିଖରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହୋଇଛି ।

ABOUT THE AUTHOR

...view details