ନୂଆଦିଲ୍ଲୀ: ଆସନ୍ତା ମେ 26ରୁ ୟୁରୋପରେ FIH ହକି ପ୍ରୋ ଲିଗ୍ ଅନୁଷ୍ଠିତ ହେବ । FIH ପ୍ରୋ ଲିଗ୍ ପାଇଁ ୟୁରୋପ ଗସ୍ତ କରିବ ଭାରତୀୟ ପୁରୁଷ ହକି ଦଳ । ଏନେଇ 24 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ହର୍ମନପ୍ରୀତ ସିଂହଙ୍କୁ ନେତୃତ୍ବ ମିଳିଥିବା ବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଓଡ଼ିଶାରୁ କେବଳ ଏକମାତ୍ର ଖେଳାଳି ଭାବେ ଡିଫେଣ୍ଡର ଅମିତ ରୋହିଦାସ 24 ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି । ନୀଲମ ସଞ୍ଜୀପ ଖେସ୍ ବାଦ ପଡ଼ିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ର ନୂଆ କୋଚ୍ କ୍ରେଗ ଫୁଲଟନଙ୍କ ପ୍ରଶିକ୍ଷଣରେ ଖେଳିବ ଭାରତୀୟ ହକି ଦଳ ।
ମେ 26ରୁ ୟୁରୋପରେ FIH ହକି ପ୍ରୋ ଲିଗ୍ ଆରମ୍ଭ ହେବ । ଚଳିତ ହକି ପ୍ରୋ ଲିଗର ଏହା ଦ୍ବିତୀୟ ଲିଗ୍ । ବେଲଜିୟମ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ପ୍ରକାଶ ଫାଇଥିବା 24 ଜଣିଆ ତାଲିକାରେ 5ଜଣ ପେନାଲ୍ଟି କର୍ଣ୍ଣାର ସ୍ପେସାଲିଷ୍ଟ ରହିଛନ୍ତି । ମଧ୍ୟଭାଗରେ ମନପ୍ରୀତଙ୍କୁ ଏଥର ନୂଆ ଭୂମିକାରେ ଦେଖିବାକୁ ମିଳିବ । ଭରାତ ମୋଟ 8ଟି ମ୍ୟାଚ ଖେଳିବ ।
ଭାରତୀୟ ଦଳ:କ୍ରିଷ୍ଣା ବାହାଦୂର ପାଠକ, ପିଆ ଶ୍ରୀଜେଶ (ଗୋଲକିପର), ହର୍ମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଜରମନପ୍ରୀତ ସିଂହ, ମନପ୍ରୀତ ସିଂହ, ସୁମିତ, ସଞ୍ଜୟ, ମନଦୀପ ମୋର, ଗୁରୁନ୍ଦର ସିଂହ, ହାର୍ଦ୍ଦିତ ସିଂହ( ଉପଅଧିନାୟକ), ଦିଲପ୍ରୀତ ସିଂହ, ମୋଇରାଥମ ରବିଚନ୍ଦ୍ରନ ସିଂହ, ସମଶେର ସିଂହ, ଆକାଶଦୀପ ସିଂହ, ବିବେକ ସାଗର ପ୍ରସାଦ, ଅଭିଷେକ, ଲଳିତ ଉପାଧ୍ୟାୟ, ଏସ କର୍ଥି, ଗୁରଜିତ ସିଂହ, ରାଜକୁମାର ପାଲ, ମନଦୀପ ସିଂହ ଓ ସିମରଞ୍ଜିତ ସିଂହ ।
ଭାରତର ଖେଳସୂଚୀ:
ମେ 26:ଭାରତ ବନାମ ବେଲଜିୟମ
ମେ 27:ଭାରତ ବନାମ ଗ୍ରେଟ ବ୍ରିଟେନ
ଜୁନ2:ଭାରତ ବନାମ ବେଲଜିୟମ