ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ହକି ଦଳ ଘୋଷଣା, ଦୀପଗ୍ରେସ ଏକ୍କା ଉପଅଧିନାୟିକା

ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ । ଦୀପଗ୍ରେସ ଏକ୍କାଙ୍କ ଉପଅଧିନାୟିକା ଦାୟିତ୍ବ ମିଳିଛି । ଅଧିକ ପଢନ୍ତୁ

By

Published : May 9, 2023, 12:56 PM IST

Indian Womens Team announced against Australia
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ:ଚଳିତ ମାସ ଦ୍ବିତୀୟ ସପ୍ତାହରେ ଅଷ୍ଟ୍ରେଲିଆ ଗସ୍ତ କରିବ ବରିଷ୍ଠ ଭାରତୀୟ ମହିଳା ହକି ଦଳ । ସେଠାରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତ ଲାଗି 20 ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି । ସବିତା ପୁନିଆଙ୍କ ହାତରେ ଦଳର କମାଣ ଥିବାବେଳେ ଓଡିଆ ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି ।

ଏହା ବି ପଢନ୍ତୁ...PCBକୁ ଝଟକା: ପାକିସ୍ତାନରେ ହେବନି ଏସିଆ କପ୍‌ ! ହାଇବ୍ରିଡ୍‌ ମୋଡ୍‌ରେ ଆୟୋଜନକୁ ACCର ଅଗ୍ରାହ୍ୟ

ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ 3ଟି ମ୍ୟାଚ ଖେଳିବ । ଏହା ସହିତ ଅଷ୍ଟ୍ରେଲିଆ-ଏ ମହିଳା ଦଳ ବିପକ୍ଷରେ ମଧ୍ୟ ଭାରତ 2ଟି ମ୍ୟାଚ ଖେଳିବ । ମେ 18ତାରିଖରୁ ଏହି ସିରଜ ଆରମ୍ଭ ହେବ । ଏ ନେଇ ହକି ଇଣ୍ଡିଆ ପକ୍ଷରୁ 20 ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି । ଗୋଲକିପର ସବିତା ପୁନିଆଙ୍କ ନେତୃତ୍ବରେ ଭାରତୀୟ ଦଳ ଏହି ସିରିଜ ଖେଳିବ । ଘୋଷିତ 20 ଜଣିଆ ଭାରତୀୟ ଦଳ ମଧ୍ୟରେ ଓଡିଶାର ଖେଳାଳି ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ଦୀପଗ୍ରେସଙ୍କୁ ଉପଅଧିନାୟିତା ଦାୟିତ୍ବ ପ୍ରଦାନ କରାଯାଇଛି । ଦ୍ବିତୀୟ ଗୋଲରକ୍ଷକ ଭାବେ ବିଛୁଦେବୀ ଖାରିବାମଙ୍କୁ ସ୍ଥାନ ମିଳିଛି । ରକ୍ଷଣଭାଗରେ ଦୀପଗ୍ରେସଙ୍କ ବ୍ୟତୀତ ନିକ୍କି ପ୍ରଧାନ, ଇଶିକା ଚୌଧୁରୀ, ଉଦିତା ଓ ଗୁରଜିତ କୌର ରହିଛନ୍ତି ।

ଏହା ବି ପଢନ୍ତୁ...IPL 2023: ରସେଲ-ରିଙ୍କୁ ଶୋ', 5ୱିକେଟରେ ହାରିଲା ପଞ୍ଜାବ

ସେହିଭଳି ଦ୍ବିତୀୟ ଗୋଲରକ୍ଷକ ଭାବେ ବିଛୁ ଦେବୀ ଖାରିବାମଙ୍କୁ ସ୍ଥାନ ମିଳିଛି । ରକ୍ଷଣଭାଗରେ ଦୀପଗ୍ରେସଙ୍କ ବ୍ୟତୀତ ନିକ୍କି ପ୍ରଧାନ, ଇଶିକା ଚୌଧୁରୀ, ଉଦିତା ଓ ଗୁରଜିତ କୌର ରହିଛନ୍ତି । ତେବେ ନଜର ପକାନ୍ତୁ ଭାରତ-ଅଷ୍ଟ୍ରେଲିଆ ଖେଳସୂଚା ଉପରେ ।

ଖେଳ ସୂଚୀ:

  • ମେ 18 ଭାରତ ବନାମ ଅଷ୍ଟ୍ରେଲିଆ
  • ମେ 20 ଭାରତ ବନାମ ଅଷ୍ଟ୍ରେଲିଆ
  • ମେ 21 ଭାରତ ବନାମ ଅଷ୍ଟ୍ରେଲିଆ
  • ମେ 25 ଭାରତ ବନାମ ଅଷ୍ଟ୍ରେଲିଆ-ଏ
  • ମେ 27 ଭାରତ ବନାମ ଅଷ୍ଟ୍ରେଲିଆ-ଏ

ଭାରତୀୟ ମହିଳା ହକି ଦଳ:ସବିତା ପୁନିଆ(ଅଧିନାୟିକା), ଦୀପଗ୍ରେସ ଏକ୍କା (ଉପଅଧିନାୟିକା), ବିଛୁଦେବୀ ଖାରିବାମ (ଦ୍ବିତୀୟ ଗୋଲକିପର), ନିକ୍କି ପ୍ରଧାନ, ଇଶିକା ଚୌଧୁରୀ, ଉଦିତା ଗୁରଜିତ କୌର, ମୋନିକା, ସଲିମା ଟେଟେ, ନେହା, ନବନୀତ କୌର, ସୋନିକା ଜ୍ୟୋତି, ବଲଜିତ କୌର, ଲାଲରେମସିଆମି, ବନ୍ଦନା କାଟାରିୟାସ ସଙ୍ଗୀତା କୁମାରା ଓ ଶର୍ମିଳା ଦେବୀ ।

For All Latest Updates

ABOUT THE AUTHOR

...view details