ଓଡିଶା

odisha

ETV Bharat / sports

କମନ ୱେଲଥ ଗେମ୍ସ ପାଇଁ ଭାରତୀୟ ହକି ଟିମର ପ୍ରସ୍ତୁତି

ଟୋକିଓ ଅଲମ୍ପିକରେ ସଫଳତା ହାସଲ କରି ଭାରତକୁ ବ୍ରୋଞ୍ଜ ପଦକ ଭେଟି ଦେଇଥିବା ହକି ଦଳ କମନ ୱେଲଥ ଗେମ୍ସ ପାଇଁ ପ୍ରତିଦ୍ବନ୍ଦୀ ମାନଙ୍କ ବିପକ୍ଷରେ ଖେଳିବା ପାଇଁ ନିଜକୁ ଏବେଠୁ ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ

କମନ ୱେଲଥ ଗେମ୍ସ ପାଇଁ ଭାରତୀୟ ହକିର ପ୍ରସ୍ତୁତି
କମନ ୱେଲଥ ଗେମ୍ସ ପାଇଁ ଭାରତୀୟ ହକିର ପ୍ରସ୍ତୁତି

By

Published : Jul 18, 2022, 10:44 PM IST

ହାଇଦ୍ରାବାଦ: ଟୋକିଓ ଅଲମ୍ପିକରେ ସଫଳତା ହାସଲ କରି ଭାରତକୁ ବ୍ରୋଞ୍ଜ ପଦକ ଭେଟି ଦେଇଥିବା ହକି ଦଳ ଏବେ କମନ ୱେଲଥ ଗେମ୍ସ ପାଇଁ ନିଜକୁ ପ୍ରସ୍ତୁତ କରିଛି । କମନ ୱେଲଥ ଗେମ୍ସରେ ଅଷ୍ଟ୍ରେଲିଆ ହକି ଦଳର ଦବଦବା ଭାରତ ପାଇଁ ଟିକେ ଚ୍ୟାଲଞ୍ଜପୂର୍ଣ୍ଣ ହୋଇପାରେ । ତଥାପି ଭାରତୀୟ ହକି ଦଳ ପ୍ରତିଦ୍ବନ୍ଦୀ ମାନଙ୍କ ବିପକ୍ଷରେ ଖେଳିବା ପାଇଁ ନିଜକୁ ଏବେଠୁ ପ୍ରସ୍ତୁତ କରିଛି ।

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ ପରେ ଭାରତୀୟ ପୁରୁଷ ଦଳ ଏହି ସିଜିନର ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ବେଲଜିୟମ ଏବଂ ନେଦରଲାଣ୍ଡ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ଯଦି ଖେଳାଳି ନିଜ କ୍ଷମତା ଅନୁସାରେ ଦମଦାର ପ୍ରଦର୍ଶନ କରିବେ ତାହେଲେ କୌଣସି ସନ୍ଦେହ ନାହିଁ କି ଭାରତ କମନ ୱେଲଥ ଗେମ୍ସରେ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିପାରେ ।

କମନ ୱେଲଥ ଗେମ୍ସରେ ହକିର ଅନେକ ପ୍ରତିଦ୍ବନ୍ଦୀ ରହିଥିବେ । ସବୁ ମ୍ୟାଚ ଜିତିବା ପାଇଁ କଠିନ ହୋଇପାରେ । ଭାରତ ମଧ୍ୟ କମନ ୱେଲଥ ଗେମ୍ସରେ ଖେଳିବାକୁ ଥିବା ହକି ମ୍ୟାଚ ଗୁଡିକ ଗୁରୁତର ସହିତ ଖେଳିବ । ଭାରତ ଆଗରେ ଅଷ୍ଟ୍ରେଲିଆ ସହିତ ନ୍ୟୁଜଲାଣ୍ଡ, ଇଂଲଣ୍ଡ, କାନାଡା ଏବଂ ପାକିସ୍ତାନ ଭଳି ପ୍ରତିଦ୍ବନ୍ଦୀ ରହିଛନ୍ତି । ଏମାନଙ୍କ ବିପକ୍ଷରେ ଭାରତକୁ ମ୍ୟାଚ ଗୁରୁତର ଭାବରେ ଖେଳିବାକୁ ପଡିବ ।

କମନ ୱେଲଥ ଗେମ୍ସରେ ଭାରତର ମ୍ୟାଚ ପୁଲ ବିରେ ଇଂଲଣ୍ଡ, କାନାଡା, ୱେଲ୍ସ ଏବଂ ଘାନା ବିପକ୍ଷରେ ରଖାଯାଇଛି ସେହିପରି ପୁଲ ଏରେ ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଏବଂ ସ୍କଟଲାଣ୍ଡର ମ୍ୟାଚ ରହିଛି ।

ଭାରତୀୟ ହକି ଦଳର ମୁଖ୍ୟ କୋଚ ଗ୍ରାହମ ରୈଡ କମନ ୱେଲଥ ଗେମ୍ସରେ ଭାରତର ଉତ୍ତମ ପ୍ରଦର୍ଶନକୁ ନେଇ ଆଶ୍ବସ୍ତ ରହିଛନ୍ତି । ଏନେଇ ଗ୍ରାହମ ରୈଡ କହିଛନ୍ତି ଖେଳର ଫଳାଫଳକୁ ନେଇ ଏବେଠୁ ଅନୁମାନ କରିବା ଏତେ ସହଜ ନୁହେଁ । କିଛି ବି ହୋଇପାରେ, କାରଣ ଅନ୍ତର୍ଜାତୀୟ ହକି ଦଳର ପାର୍ଥକ୍ୟ ବହୁତ କମ ରହିଛି । ଖେଳରେ ଆମେ ସ୍ଥିତିକୁ ଆମ କ୍ଷମତା ଅନୁସାରେ ନିୟନ୍ତ୍ରଣ କରିବୁ । ଭାରତୀୟ ଦଳରେ ଉପ ଅଧିନାୟକ ହରମନପ୍ରିତ ସିଂହ, ଅମିତ ରୋହିଦାସ, ବରୁଣ କୁମାର, ଏବଂ ଜୁଗରାଜ ସିଂହ ଭଳି ମଜବୁତ ପେନାଲ୍ଟି କର୍ଣ୍ଣର ରହିଛନ୍ତି । ସେହିପରି ପିଆର ଶ୍ରୀଜେଶଙ୍କ ଭଳି ବିଶ୍ବ ସ୍ତରିୟ ଗୋଲକିପର ରହିଛନ୍ତି ଭାରତୀୟ ହକି ଦଳରେ । ଏଥର କମନ ୱେଲଥ ଗେମ୍ସ ପ୍ରାୟ ମୋ ପାଇଁ ପ୍ରଶିକ୍ଷକ ହିସାବରେ ଶେଷ ଖେଳ ହେବ ତେଣୁ ଭାରତ ସ୍ବର୍ଣ୍ଣ ପଦକ ହାସଲ କରୁ ବୋଲି ମୁଁ ଅନ୍ତରରୁ ଚାହୁଁଛି ।

ABOUT THE AUTHOR

...view details