ଓଡିଶା

odisha

ETV Bharat / sports

ସୁନାପୁଅ ନୀରଜଙ୍କୁ ସେକ୍ସ ଲାଇଫ ବିଷୟରେ ପ୍ରଶ୍ନ କଲେ ଇତିହାସକାର, ସୋସିଆଲ ମିଡିଆରେ ବର୍ଷିଲେ ୟୁଜର୍ସ - ନୀରଜଙ୍କ ସହ ରାଜୀବ ସେଠୀଙ୍କ ସାକ୍ଷାତକାର

ରାଜୀବ ସେଠୀ ନାମକ ଜଣେ ଇତିହାସକାର ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ଏକ ସକ୍ଷାତକାର କରିଥିଲେ । ତେବେ ରାଜୀବ ନୀରଜଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଥିଲେ, ଯେଉଁଥିପାଇଁ ନୀରଜ ଅସହଜ ମନେ କରି ଚୁପ ରହିଥିଲେ ଆଉ ପରେ ମଧ୍ୟ ସାକ୍ଷାତକାରରୁ ଓହରିଯାଇଥିଲେ । ସେପଟେ ସାକ୍ଷାତକାର ନେଇଥିବା ଇତିହାସକାର ରାଜୀବ ସେଠୀ ଏଭଳି ପ୍ରଶ୍ନ ପଚାରିଥିବାରୁ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ । ଅଧିକ ପଢ଼ନ୍ତୁ...

ସାକ୍ଷାତକାରର ସେକ୍ସୁଆଲ ଲାଇଫ ନେଇ ପ୍ରଶ୍ନ, ଏମିତି ଥିଲା ନୀରଜଙ୍କ ପ୍ରତିକ୍ରିୟା
ସାକ୍ଷାତକାରର ସେକ୍ସୁଆଲ ଲାଇଫ ନେଇ ପ୍ରଶ୍ନ, ଏମିତି ଥିଲା ନୀରଜଙ୍କ ପ୍ରତିକ୍ରିୟା

By

Published : Sep 5, 2021, 7:30 PM IST

Updated : Sep 5, 2021, 8:26 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ବର୍ତ୍ତମାନ ଦେଶରେ ଚର୍ଚ୍ଚାରେ ରହିଛନ୍ତି ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା । ସଭିଏଁ ନୀରଜଙ୍କ ବିଷୟରେ ଜାଣିବାକୁ ବ୍ୟାଗ୍ର ରହିଛନ୍ତି । ସେ ତାଙ୍କ ସ୍ବର୍ଣ୍ଣ ପଦକ ହାସଲର ସଫଳତାର କାହାଣୀ ହେଉ ବା ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ । ତେବେ ଏହାରି ମଧ୍ୟରେ ନୀରଜ ଚୋପ୍ରାଙ୍କୁ ସାକ୍ଷାତକାରକୁ ଡାକି କେତେକ ଜଣାଶୁଣା ଚେହେରା ଏଭଳି କିଛି ପ୍ରଶ୍ନ ପଚାରିଛନ୍ତି, ଯାହା ଶାଳୀନତାର ସମସ୍ତ ସୀମା ଟପି ଯାଇଛି । ଏଥିପାଇଁ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ମଧ୍ୟ କମ ସମାଲୋଚନାର ଶିକାର ହେବାକୁ ପଡ଼ିନାହିଁ ।

ରାଜୀବ ସେଠୀ ନାମକ ଜଣେ ଇତିହାସକାର ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ଏକ ସକ୍ଷାତକାର କରିଥିଲେ । ତେବେ ରାଜୀବ ନୀରଜଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଥିଲେ, ଯାହାଫଳରେ ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ନୀରଜ ତାଙ୍କ ସେକ୍ସ ଲାଇଫ ଓ ସ୍ପୋର୍ଟସ ଲାଇଫକୁ କିଭଳି ବାଲାନ୍ସ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ରାଜୀବ । ତେବେ ଏହି ପ୍ରଶ୍ନକୁ ନେଇ କିଛି ଉତ୍ତର ଦେବାକୁ ମନା କରି ଦେଇଥିଲେ ନୀରଜ । ଏହାପରେ ପୁନଃ ରାଜୀବ ସେହି ପ୍ରଶ୍ନର ଉତ୍ତର ରଖିବାକୁ ନୀରଜଙ୍କ ଉପରେ ଚାପ ପକାଇଥଲେ ।

ଏଥିରେ ନୀରଜ ସାମାନ୍ୟ ଦୁଃଖୀ ହୋଇ ଚୁପ ରହିଥଇବା ଦେଖିବାକୁ ମିଳିଥିଲା । ଜବାବରେ ନୀରଜ କେବଳ ଏତିକି କହିଥିଲେ ଯେ, "ଆପଣଙ୍କ ପ୍ରଶ୍ନରେ ମୋର ମନ ଭରିଗଲା ।" ଦେଶ ପାଇଁ ଗୌରବ ଆଣିଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ଅଶାଳୀନ ପ୍ରଶ୍ନ ପଚାରିବା ପରେ ଇତିହାସକାର ରାଜୀବ ସେଠୀଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ରାଜୀବ ନୀରଜଙ୍କ ସହ ସାକ୍ଷାତକାର ବେଳେ ଅଭଦ୍ରାମୀର ସମସ୍ତ ସୀମା ପାର କରି ସାରିଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର କହିଛନ୍ତି । ନୀରଜଙ୍କୁ ରାଜୀବ ଏଭଳି ସମ୍ବେଦନଶୀଳ ପ୍ରଶ୍ନ କିଭଳି ପଚାରି ପାରିଲେ ବୋଲି ୟୁଜରମାନେ ପ୍ରଶ୍ନ କରିଛନ୍ତି ।

କିଛି ଦିନ ପୂର୍ବରୁ ରେଡିଓ ଜକି ମଲିସ୍କା ମଧ୍ୟ ନୀରଜ ଚୋପ୍ରାଙ୍କ ସହ ଭର୍ଚୁଆଲ ସାକ୍ଷାତକାର କରିଥିଲେ । ଏହି ସମୟରେ ମଲିସ୍କା ଅଚାନକ ନୀରଜ ଚୋପ୍ରାଙ୍କ ଆଗରେ ନାଚିବାକୁ ଲାଗିଲେ । ମଲିସ୍କା ମଜାଳିଆ ଢଙ୍ଗରେ ଏହି ନାଚ ପରିବେଷଣ କରିଥିଲେ ସୁଦ୍ଧା ଏହାକୁ ନାପସନ୍ଦ କରିଥିଲେ ୟୁଜର ସୋସିଆଲ ମିଡିଆ ୟୁଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2021, 8:26 PM IST

ABOUT THE AUTHOR

...view details