ହାଇଦ୍ରାବାଦ: ଭାରତୀୟ ତାରକା ଧାବିକା ହିମା ଦାସଙ୍କର ସ୍ବର୍ଣ୍ଣିମ ସଫଳତା ଜାରି ରହିଛି । ମାତ୍ର 15 ଦିନ ମଧ୍ୟରେ 19 ବର୍ଷିୟ ହିମା 4ଟି ସ୍ବର୍ଣ୍ଣ ପଦକ ଜିତିସାରିଲେଣି । ତେବୁର ଆଥଲେଟିକ୍ସ ମିଟରେ ରେକର୍ଡ 23.25 ସେକେଣ୍ଡରେ 200 ମିଟରକୁ ଅତିକ୍ରମ କରିଛନ୍ତି ହିମା ଦାସ ।
ଜୁଲାଇ 2ରୁ ହିମାଙ୍କ ସ୍ବର୍ଣ୍ଣିମ ଯାତ୍ରା ଆରମ୍ଭ ହୋଇଛି । ୟୁରୋପ ଆଥଲେଟିକ୍ସରେ ସେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥଲେ । ଏଥିରେ ସେ 23.65 ସେକେଣ୍ଡରେ 200 ମିଟରକୁ ଅତିକ୍ରମ କରିଥଲେ । ଏହାପରେ ପୋଲାଣ୍ଡର ପୁଞ୍ଜନ ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ଦେଶ ପାଇଁ 2ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ହିମା । 23.65 ସେକେଣ୍ଡରେ 200 ମିଟର ଦୌଡରେ ବାଜି ମାରିଥିଲେ ଏହି ଆସାମର ଝିଅ । ପରେ ଜୁଲାଇ 7ରେ କୁଟନୋ ଆଥଲେଟିକ୍ସ ମିଟରେ ହିମା ସ୍ବର୍ଣ୍ଣ ବିଜେତା ହୋଇଥିଲେ ।