ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରୁ ବଞ୍ଚିତ ହେଲେ ଭାରତୀୟ ଧାବିକା ହିମା ଦାସ । ବିଶ୍ବ ରାଙ୍କିଂ ଜରିଆରେ ଦୁତି ଚାନ୍ଦ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ବିଶ୍ବ ରାଙ୍କିଂ ଦ୍ବାରା ମଧ୍ୟ ହିମା ଦାସ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ । ଏଥିପାଇଁ ତାଙ୍କୁ ଶାନ୍ତ୍ବନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ।
ଅଲମ୍ପିକ ଯୋଗ୍ୟତା ହାସଲ ନକରିବାରୁ ମନ ଖରାପ ନକରିବାକୁ କହିଛନ୍ତି କିରଣ ରିଜିଜୁ । ଏହାକୁ ନେଇ ସେ ଟ୍ବିଟ୍ କରି କହିଛନ୍ତି ଯେ, "ହିମାଙ୍କ ସହ ମୁଁ କଥା ହୋଇଛି । ଟୋକିଓ ଅଲମ୍ପିକ୍ସକୁ ନେଇ ମନଦୁଃଖ ନକରିବାକୁ ତାଙ୍କୁ ଶାନ୍ତ୍ବନା ଦେଇଛି । ବର୍ତ୍ତମାନ ସେ 2022 ଏସିଆନ ଗେମ୍ସ, 2022 କମନୱେଲଥ ଗେମ୍ସ ଓ 2024 ପ୍ୟାରିସ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରନ୍ତୁ।"