ଓଡିଶା

odisha

ETV Bharat / sports

କୋରୋନା ସହାୟତା: ମାସକର ଦରମା ଦେଲେ ଧାବିକା ହିମା ଦାସ - କୋରୋନା ମୁକାବିଲା କରୁଛି ଭାରତ

ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ, ଭାରତୀୟ ଷ୍ଟାର ଧାବିକା ହିମା ଦାସ ଗୋଟିଏ ମାସର ଦରମା ଆସାମ ସରକାରଙ୍କର ରିଲିଫ ଫଣ୍ଡ୍‌କୁ ପ୍ରଦାନ କରିଛନ୍ତି ।

Hima Das donates
କୋରୋନା ସହାୟତା: ମାସକର ଦରମା ଦେଲେ ଧାବିକା ହିମା ଦାସ

By

Published : Mar 27, 2020, 8:20 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସର ମୁକାବିଲା କରୁଛି ଭାରତ ସମେତ ସମଗ୍ର ବିଶ୍ୱ । ଭାରତରେ 21 ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଲକ ଡାଉନ ବେଳେ, ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଆଗେଇ ଆସିଛନ୍ତି ଦେଶର କଳାକାର ଓ କ୍ରୀଡାବିତ ।

ଫଟୋ ସୌଜନ୍ୟ: twitter@Himadas8

ଭାରତୀୟ ଷ୍ଟାର ଧାବିକା ହିମାଦାସ ଗୋଟିଏ ମାସର ଦରମା ଆସାମ ସରକାରଙ୍କର ରିଲିଫ ଫଣ୍ଡ୍‌କୁ ପ୍ରଦାନ କରିଛନ୍ତି । ହିମା ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଦେଶର ଏଭଳି କଠିନ ସମୟରେ ସମସ୍ତେ ମିଳିମିଶି ସମସ୍ତଙ୍କୁ ସହଯୋଗର ହାତ ବଢାଇବା ଜରୁରୀ ବୋଲି ହିମା କହିଛନ୍ତି ।

ଧାବିକା ହିମା ଦାସ

ପୂର୍ବରୁ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ସହାୟତାର ହାତ ବଢାଇଛନ୍ତି ।

ଧାବିକା ହିମା ଦାସ

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ,ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ 694ରେ ପହଞ୍ଚିଥିବା ବେଳେ, 16ଜଣଙ୍କର ମୃତ୍ୟୁ ହୋଇସାରିଛି । ମାର୍ଚ୍ଚ 11ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କୋରୋନା ଭାଇରସକୁ ମହାମାରୀ ଘୋଷଣା କରିଛି ।

ABOUT THE AUTHOR

...view details