ଓଡିଶା

odisha

ETV Bharat / sports

ହିମାଙ୍କ ସ୍ବର୍ଣ୍ଣିମ ଯାତ୍ରା ଜାରି, 60 ଦିନରେ ଜିତିଲେଣି 6ଟି ସ୍ବର୍ଣ୍ଣ

ଚେଜ ରିପବ୍ଲିକ୍‌ ଅଫ କୋରିଆରେ ଆୟୋଜିତ ହୋଇଥିବା ଆଥେଲେଟିକ ମିଟିନିକ୍‌ ରିଟାଆର୍‌ର 300ମିଟର ଇଭେଣ୍ଟରେ ଟପ୍‌ ସ୍ପଟ୍‌ ଅଧିକାର କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ହିମା ଦାସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Aug 18, 2019, 7:50 PM IST

ହାଇଦ୍ରାବାଦ: ଆସାମ ଧାବିକା ହିମା ଦାସଙ୍କ ସ୍ବର୍ଣ୍ଣ ବିଜୟ ଯାତ୍ରା ଜାରି ରହିଛି । ଶନିବାର ସେ ପୁଣି ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ଗତ ଦୁଇ ମାସ ମଧ୍ୟରେ ହିମାଙ୍କ ଏହା ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ହାତେଇଛନ୍ତି । ତେବେ ଚେଜ୍‌ ରିପବ୍ଲିକ୍‌ ଅଫ କୋରିଆରେ ଆୟୋଜିତ ହୋଇଥିବା ଆତେଲେଟିକୀ ମିଟିନିକ୍‌ ରିଟାଆର୍‌ର 300ମିଟିର ଇଭେଣ୍ଟରେ ଟପ୍‌ ସ୍ପଟ୍‌ ଅଧିକାର କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

ପ୍ରକାଶ ଥାଉକି, ଆସାମ ଧାବିକା ହିମା ଦାସ ନୋବେ ମେଷ୍ଟୋ ନାଡ ମିତୁଜି ଗ୍ରାଣ୍ଡ ପ୍ରିକ୍ସରେ 5ଟି ସ୍ବର୍ଣ୍ଣ ପଦକ ଜିତିଥିଲେ । ଯେଉଁଥିରେ ସେ 200 ମିଟର ଇଭେଣ୍ଟରେ 4ଟି ସ୍ବର୍ଣ୍ଣ ଓ 400 ମିଟର ଇଭେଣ୍ଟରେ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ତେବେ 400 ମିଟର ଦୌଡକୁ ହିମା ମାତ୍ର 52.09 ସେକେଣ୍ଡରେ ଅତିକ୍ରମ କରିଛନ୍ତି । 2ଜୁଲାଇରେ ପୋଲାଣ୍ଡରେ ହୋଇଥିବା ପୁଞ୍ଜନ ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ, 200 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ ହିମା । 23.65 ସେକେଣ୍ଡରେ ପହଞ୍ଚି ହିମା ଏହି ସଫଳତା ପାଇଥିଲେ । ଏହାର 5 ଦିନ ପରେ ହିମା 2ୟ ସ୍ବର୍ଣ୍ଣ ପଦକ ଜିତିଥିଲେ । ଜୁଲାଇ 7ରେ କୁଟନୋ ଆଥଲେଟିକ୍ସ ମିଟରେ 200 ମିଟରକୁ 23.97ସେକେଣ୍ଡରେ ପହଞ୍ଚି କମାଲ କରିଥିଲେ ହିମା ।

ପରେ ଜୁଲାଇ 13ରେ ହିମା ଜିତିଥିଲେ 3ୟ ସ୍ବର୍ଣ୍ଣ । କ୍ଲାଡନୋ ଆଥଲେଟିକ୍ସ ମିଟରେ 23.43 ସେକେଣ୍ଡରେ 200 ମିଟର ଦୂରତାକୁ ପାର କରି ସେ ସ୍ବର୍ଣ୍ଣ ବିଜେତା ହୋଇଥିଲେ । ପରେ ତବୁର ଆଥଲେଟିକ୍ସ ମିଟରେ ହିମା ଭାରତ ପାଇଁ 4ର୍ଥ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ତେବେ ଏହି ସ୍ବର୍ଣ୍ଣିମ ସଫଳତା ହିମାଙ୍କୁ ନିଆରା ପରିଚୟ ପ୍ରଦାନ କରିଛି । ମାତ୍ର 3 ସପ୍ତାହ ମଧ୍ୟରେ 5ଟି ସ୍ବର୍ଣ୍ଣ ପଦକ ଜିତି ଥିଲେ ।

ABOUT THE AUTHOR

...view details