ଓଡିଶା

odisha

ETV Bharat / sports

କୋରୋନା ପ୍ରଭାବ: ଭାରତୀୟ ପ୍ରତିନିଧୀ ମଣ୍ଡଳୀର ଟୋକିଓ ଗସ୍ତ ସ୍ଥଗିତ - Tokyo

2020 ଅଲିମ୍ପିକ୍ସ ପୂର୍ବରୁ କ୍ରୀଡା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ପକ୍ଷରୁ ଟୋକିଓକୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ମଣ୍ଡଳୀ ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଥିଲା । ଯାହା କି କରୋନା ଭାଇରସ୍ ପାଇଁ ବାତିଲ କରାଯାଇଛି । ଆଗକୁ ପଢନ୍ତୁ..

high-level-delegation-visit-to-tokyo-ahead-of-oly-postponed
କୋରୋନା ପ୍ରଭାବ: ଭାରତୀୟ ପ୍ରତିନିଧୀ ମଣ୍ଡଳୀର ଟୋକିଓ ଗସ୍ତ ସ୍ଥଗିତ

By

Published : Mar 16, 2020, 3:03 AM IST

ନୂଆଦିଲ୍ଲୀ: 2020 ଅଲିମ୍ପିକ୍ସ ପୂର୍ବରୁ କ୍ରୀଡା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ପକ୍ଷରୁ ଟୋକିଓକୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ମଣ୍ଡଳୀ ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଥିଲା । ଯାହା କି କରୋନା ଭାଇରସ୍ ପାଇଁ ବାତିଲ କରାଯାଇଛି ।

ତେବେ ପ୍ରତିନିଧି ଦଳରେ ରହିଛନ୍ତି କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ, ଆଇଓଏ ସଭାପତି ନରେନ୍ଦ୍ର ବାତ୍ରା, ସେକ୍ରେଟେରୀ ଜେନେରାଲ ରାଜୀବ ମେହେଟ୍ଟା, କ୍ରୀଡ଼ା ସାଧାରଣ ସମ୍ପାଦକ ରାଧେ ଶ୍ୟାମ ଜୁଲାନିଆ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଏବଂ ବକ୍ସିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ବିଏଫ୍ଆଇ) ସଭାପତି ଅଜୟ ସିଂ ।

ତେବେ 25 ମାର୍ଚ୍ଚରେ ଭାରତର ଟୋକିଓ 2020 ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସରକାରୀ ଅଧିକାରୀ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନକୁ ନେଇ ଟୋକିଓକୁ ଉଚ୍ଚ ସ୍ତରୀୟ ଭାରତୀୟ ପ୍ରତିନିଧୀଙ୍କ ପ୍ରସ୍ତାବିତ ଗସ୍ତ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ରିଜିଜୁ ରବିବାର ଏକ ଟୁଇଟ୍‌ରେ କହିଛନ୍ତି ।

ABOUT THE AUTHOR

...view details