ଓଡିଶା

odisha

ETV Bharat / sports

Tokyo Olympics: ଫିଲିପାଇନ୍ସ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ - ହିଡିଲିନ୍ ଦିଆଜ୍

ମହିଳା ଭାରୋତ୍ତୋଳନ 55 କିଗ୍ରା ବର୍ଗରେ ଫିଲିପାଇନ୍ସର ହିଡିଲିନ୍ ଦିଆଜ୍ ଦେଶ ପାଇଁ ପ୍ରଥମ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢ଼ନ୍ତୁ...

Weightlifting, Diaz wins first ever Olympic gold for Philippines, first olympic gold for philippines, Tokyo Olympics, ଫିଲିପାଇନ୍ସ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ, ପ୍ରଥମ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ, ହିଡିଲିନ୍ ଦିଆଜ୍, Hidilyn Diaz
Tokyo Olympics: ଫିଲିପାଇନ୍ସ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ

By

Published : Jul 26, 2021, 10:56 PM IST

ଟୋକିଓ: Tokyo Olympics ରେ ଭାରୋତ୍ତୋଳନ ମହିଳା 55 କିଗ୍ରା ବର୍ଗରେ ସୋମବାର ଫିଲିପାଇନ୍ସର ହିଡିଲିନ୍ ଦିଆଜ୍ ଦେଶ ପାଇଁ ପ୍ରଥମ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ନିଜର ଚତୁର୍ଥ ଅଲିମ୍ପିକ୍ସରେ 30 ବର୍ଷୀୟା ହିଡ଼ିଲିନ୍‌ 224 କିଲୋଗ୍ରାମର ଓଜନ ଉଠାଇଲେ, ଯାହା ଏକ ଅଲିମ୍ପିକ୍ ରେକର୍ଡ ।

ମ୍ୟାଚ୍ ପରବର୍ତ୍ତୀ ଏକ ସାକ୍ଷାତକାରରେ ଦିଆଜ୍‌ କହିଛନ୍ତି ଯେ, ‘‘ମୋର ବୟସ 30 ବର୍ଷ, ମୁଁ ଭାବୁଥିଲି ଯେ ମୋ ପ୍ରଦର୍ଶନ ତଳକୁ ଖସିଯାଉଛି, କିନ୍ତୁ ମୁଁ ଏହା କରିଥିବାରୁ ଆଶ୍ଚର୍ଯ୍ୟ ଲାଗୁଛି ।’’

ଫିଲିପାଇନ୍ସର ରାଷ୍ଟ୍ରପତିଙ୍କ ମୁଖପାତ୍ର ହ୍ୟାରି ରକ ଏକ ଲିଖିତ ବିବୃତ୍ତିରେ କହିଛନ୍ତି ଯେ ଦିଆଜ୍‌ ଫିଲିପାଇନ୍ସ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ।

ସେ ବିବୃତ୍ତିରେ ହିଡିଲିନ୍‌ଙ୍କୁ ଅଭିନନ୍ଦନ ଜଣଆିବା ସହ ସମଗ୍ର ଫିଲିପାଇନ୍ସ ଦେଶ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।

ନିଜର ବିଶ୍ବ ରେକର୍ଡ ପର୍ଯ୍ୟନ୍ତ ପହଞ୍ଚିପାରିନଥିବା ଚୀନର ଲିଆଓ କ୍ୟୁୟୁନ୍ 223 କିଲୋଗ୍ରାମ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। କାଜାଖସ୍ତାନର ଜୁଲଫିଆ ଚିନ୍‌ଶାନଲୋ 213 କିଲୋଗ୍ରାମ ସହ କାଂଶ୍ୟ ପଦକ ଜିତିଛନ୍ତି।

ପ୍ୟାରିସରେ ହେବାକୁ ଥିବା ପରବର୍ତ୍ତୀ ଅଲମ୍ପିକ ଗେମ୍ସରେ ଅଂଶଗ୍ରହଣ କରିବାକୁ ସେ ଲକ୍ଷ୍ୟ ରଖିଥିବା ଦିଆଜ୍‌ କହିଛନ୍ତି ।

ABOUT THE AUTHOR

...view details