ଭୁବନେଶ୍ବର:ଜୁନ 9 ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଆଜି ଦୁଇଟି ମ୍ୟାଚ ରହିଛି । ଅପରାହ୍ନ 4ଟା 30ରେ ମଙ୍ଗୋଲିଆ ବନାମ ଭାନୁଆଟୁ ମୁକାବିଲା ହେବାକୁ ଥିବାବେଳେ ରାତି 7ଟା30ରେ ଭାରତ ଓ ଲେବାନନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ।
ଭାରତ ବନାମ ଲେବାନନ:ଆୟୋଜକ ଭାରତ ତାର ପ୍ରଥର ଦୁଇ ମ୍ୟାଚ ଜିତି ଇଣ୍ଟରକଣ୍ଟିନେଣ୍ଟାସ କପ୍ ଫୁଟବଲ ତୃତୀୟ ସଂସ୍କରଣର ଫାଇନାଲରେ ପ୍ରବେଶ କରି ସାରିଛି । ଅନ୍ତିମ ମ୍ୟାଚରେ 99ତମ ସ୍ଥାନରେ ଥିବା ଲେବାନନ ବିପକ୍ଷରେ ଜିତିବାକୁ ଲକ୍ଷ୍ୟ ରଖିଛି । ଭାରତ ଯଦି ଏହି ମ୍ୟାଚ ଜିତେ ତେବେ ଫିଫା ମାନ୍ୟତାର ଶ୍ରେଷ୍ଠ 100 ଦଳ ମଧ୍ୟରେ ପ୍ରବେଶ କରିବ । ଘରୋଇ ଦଳ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ମଙ୍ଗୋଲିଆ ଓ ଭାନୁଆଟୁ ବିପକ୍ଷରେ ବିଜୟ ହାସଲ କରିଛି ।
ଦୁଇ ମ୍ୟାଚ ଜିତିଥିଲେ ସୁଦ୍ଧା ଅଧିକ ଗୋଲ ସ୍କୋର କରି ନଥିଲା ଆଜି ଲେବାନନ ବିପକ୍ଷରେ ବଡ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଲେବାନନ ଏକ ଶକ୍ତିଶାଳୀ ଦଳ । ପ୍ରଥମ ମ୍ୟାଚରେ ଭାନୁଆଟୁ 3-1 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ମଙ୍ଗୋଲିଆ ବିପକ୍ଷରେ ଡ୍ର ରହିଥିଲା । 1996ରେ ଫିଫା ମାନ୍ୟତାରେ 94ସ୍ଥାନରେ ପହଞ୍ଚି ଥିଲା ଏହା ପରେ ଭାରତ ଏହି ସ୍ଥାନ ଛୁଇଁ ନଥିଲା । ଆଜିର ମ୍ୟାଚ ଭାରତ ପାଇଁ ଜିତିବା ଗୁରୁତ୍ବପୂର୍ଣ୍ଣ ।
ଭାନୁଆଟୁ ବନାମ ମଙ୍ଗୋଲିଆ:ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଆଜି ଭାନୁଆଟୁ ଓ ମଙ୍ଗୋଲିଆ ମଧ୍ୟରେ ଆଉ ଏକ ମ୍ୟାଚ ଖେଳାଯିବ । ଏଥିରେ ଭାନୁଆଟୁ ଓ ମଙ୍ଗୋଲିଆ ପରସ୍ପରକୁ ଭେଟିବେ । ଦୁଇ ଦଳ ଆଜି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି । ଉଭୟ ଦଳ ସେମାନଙ୍କ ସେମାନ ପ୍ରଥମ ଦୁଇ ମ୍ୟାଚରେ ପରାସ୍ତ ହୋଇଛନ୍ତି ।