ଓଡିଶା

odisha

ETV Bharat / sports

ହୌସଲା-୨୦୧୯: ସ୍ବର୍ଣ୍ଣ ବିଜୟିନୀ ଓଡ଼ିଆ ଝିଅ ନନ୍ଦିନୀଙ୍କ ସହ ସାକ୍ଷାତକାର - ସ୍ବର୍ଣ୍ଣ ବିଜୟିନୀ ଓଡ଼ିଆ ଝିଅ ନନ୍ଦିନୀଙ୍କ ସହ ସାକ୍ଷାତକାର

ଶୁକ୍ରବାର ହୌସଲା-୨୦୧୯ରେ ଓଡିଶାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ପକ୍ଷରୁ ପ୍ରତିନିଧିତ୍ଵ କରି ଖୋର୍ଦ୍ଧାର ଝିଅ ନନ୍ଦିନୀ ନାୟକ । ଓଡ଼ିଆ ଝିଅ ନନ୍ଦିନୀଙ୍କ ସହ ସାକ୍ଷାତକାର । ଅଧିକ ପଢନ୍ତୁ...

HAUSLA 2019, gold medalist odia girl nandinee
ଡିଜାଇନ ଫଟୋ

By

Published : Jan 11, 2020, 5:54 AM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୌସଲା-୨୦୧୯ରେ ଓଡିଶା ସର୍ବଶ୍ରେଷ୍ଟ ପ୍ରଦର୍ଶନ କରି ଦଳଗତ ଭାବରେ ଚାମ୍ପିୟନ ହୋଇଛି । ଶୁକ୍ରବାର ହୌସଲା-୨୦୧୯ରେ ଓଡିଶାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ପକ୍ଷରୁ ପ୍ରତିନିଧିତ୍ଵ କରି ଖୋର୍ଦ୍ଧାର ଝିଅ ନନ୍ଦିନୀ ନାୟକ । ସେ ଉଭୟ 100 ଓ 200 ମିଟରରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ସେ 400 ମିଟର ରିଲେ ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି । ନନ୍ଦିନୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେ ତାଙ୍କର ଭବିଷ୍ୟ ଯୋଜନା ଓ କ୍ରୀଡାକୁ ନେଇ ମତ ରଖିଛନ୍ତି ।

ହୌସଲା-୨୦୧୯: ସ୍ବର୍ଣ୍ଣ ବିଜୟିନୀ ଓଡ଼ିଆ ଝିଅ ନନ୍ଦିନୀଙ୍କ ସହ ସାକ୍ଷାତକାର


ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି ଚାମ୍ପିୟାନ ଦଳକୁ ସମ୍ବର୍ଦ୍ଧିତ କରିବା ଅବସରରେ ନନ୍ଦିନୀଙ୍କ ସହ ଆଲୋଚନା କଲାବେଳେ ସେ ଜାମାଇକାର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧାବକ ଅଲମ୍ପିୟାନ ଉସେନ ବୋଲ୍ଟ ପରି ଆଗାମୀ ଦିନରେ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ସହିତ ସେ କରାଟେରେ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇଛନ୍ତି । କରାଟେ ସେ ପ୍ରସିଦ୍ଧି ଲାଭ କରିବା ସହ ସହ ଟିଚର ହେବାକୁ ଇଚ୍ଛା ରଖିଥିବା କହିଛନ୍ତି ।

ଇଟିଭି ଭାରତ ସହ ଆଲୋଚନାରେ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ରାଶି ଗ୍ରହଣ କରି ବହୁତ ଉତ୍ସାହିତ ଥିବା କହିବା ସହ ଆଗକୁ ଆହୁରି ମେଡାଲ ଆଣିବେ ବୋଲି କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ବିଭିନ୍ନ ରାଜ୍ୟର ଶିଶୁ ପ୍ରଯତ୍ନ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ନେଇ ଜାତୀୟ ସ୍ତରରେ ଅନୁଷ୍ଠିତ କ୍ରୀଡ଼ ପ୍ରତିଯୋଗିତା ହୌସଲା-୨୦୧୯ରେ ବିଭିନ୍ନ ପ୍ରକାର କ୍ରୀଡାରେ ସାରାଦେଶର 18 ବର୍ଷ ପର୍ଯ୍ୟନ୍ତ ପିଲାମାନେ ଭାଗନେଇ ସେମାନଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ଏଥିରେ ଓଡିଶା ଦଳଗତ ଚାମ୍ପିୟାନ ହୋଇଛି ।

ଭୁବନେଶ୍ବରୁ ଲକ୍ଷ୍ମୀକାନ୍ତ ଦାସ ,ଇଟିଭି ଭାରତ

ABOUT THE AUTHOR

...view details