ETV Bharat Odisha

ଓଡିଶା

odisha

ETV Bharat / sports

ବବିତା ଫୋଗଟ ଓ କବିତା ଦେବୀ ସ୍ପୋର୍ଟ୍ସ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତ - ବବିତା ଫୋଗାଟ

କମନୱେଲ୍‌ଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ବବିତା ଫୋଗଟ ଓ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ସ୍ବର୍ଣ୍ଣ ପଦକ ବିଜେତା କବାଡି ଖେଳାଳି କବିତା ଦେବୀଙ୍କୁ ସ୍ପୋର୍ଟ୍ସ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ଦେଲେ ହରିୟାଣା ସରକାର । ଅଧିକ ପଢ଼ନ୍ତୁ...

Haryana govt appointed Babita Phogat and Kavita Devi, Babita Phogat as sports deputy director, ବବିତା ଫୋଗାଟ ସ୍ପୋର୍ଟ୍ସ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତ, ହରିୟାଣା ସରକାର, ବବିତା ଫୋଗାଟ, କବିତା ଦେବୀ
ବବିତା ଫୋଗାଟ, କବିତା ଦେବୀ ସ୍ପୋର୍ଟ୍ସ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତ
author img

By

Published : Jul 31, 2020, 11:11 AM IST

ନୂଆଦିଲ୍ଲୀ: କମନୱେଲ୍‌ଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା କୁସ୍ତିଯୋଦ୍ଧା ତଥା ରାଜନେତା ବବିତା ଫୋଗଟ ଏବଂ 2014 ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ସ୍ବର୍ଣ୍ଣ ପଦକ ବିଜେତା କବାଡି ଖେଳାଳି କବିତା ଦେବୀଙ୍କୁ ହରିୟାଣା ସରକାର କ୍ରୀଡ଼ା ଡେପୁଟି ଡାଇରେକ୍ଟର ଭାବରେ ନିଯୁକ୍ତ କରିଛନ୍ତି।

ଦୁଇଟି ପୃଥକ ନିର୍ଦ୍ଦେଶରେ ହରିୟାଣା କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ମୁଖ୍ୟ ସଚିବ ହରିୟାଣା ଉଲ୍ଲେଖନୀୟ କ୍ରୀଡ଼ାବିତ (ନିଯୁକ୍ତି ଏବଂ ସେବା ସର୍ତ୍ତ) ନିୟମ, 2018 ଅନୁଯାୟୀ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ପାଇଁ ବବିତା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନୂଆଦିଲ୍ଲୀରେ 2010 କମନୱେଲଥ ଗେମ୍ସରେ ବବିତା ରୌପ୍ୟ ପଦକ ଜିତିଥିଲେ ଏବଂ 2014 ଗ୍ଲାସଗୋ କମନ ୱେଲ୍‌ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣି ଦେଇଥିଲେ । ସେ 2018 ରେ ଗୋଲ୍ଡ କୋଷ୍ଟରେ ରୌପ୍ୟ ପଦକ ଜିତିଥିଲେ। ଏହାସହ ସେ 2012 ରେସଲିଂ ବିଶ୍ବ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରସିଦ୍ଧ ଫୋଗଟ ଭଉଣୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବବିତା । ବବିତା ଏବଂ ତାଙ୍କ ପରିବାର ଆମୀର ଖାନଙ୍କ ଅଭିନୀତ 2016 ଚଳଚ୍ଚିତ୍ର ଦଙ୍ଗଲର ସଫଳତା ସହିତ ସାରା ଦେଶର ଘରେ ଘରେ ପରିଚିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ବବିତା ଓ ତାଙ୍କ ଭଉଣୀ ଗୀତାଙ୍କ କୁସ୍ତିରେ ସଂଘର୍ଷ ଓ ସଫଳତାର କାହାଣୀ ଦର୍ଶକ ଦେଖିବାକୁ ପାଇଥିଲେ ।

30 ବର୍ଷୀୟ ବବିତା 2019 ରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇ ଦାଦ୍ରି ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ ନିର୍ବାଚନରେ ​​ହାରିବା ସହ ମତଦାନରେ ତୃତୀୟ ସ୍ଥାନରେ ରହିଥିଲେ ।

@IANS

ABOUT THE AUTHOR

...view details