ଓଡିଶା

odisha

ହର୍‌ ଘର୍‌ ତ୍ରିରଙ୍ଗା ଗୀତ ରିଲିଜ୍‌, ଅଭିନୟ କରିଛନ୍ତି କ୍ରିକେଟରଙ୍କଠାରୁ ଫିଲ୍ମଷ୍ଟାର୍‌

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ପାଇଁ ରିଲିଜ୍‌ ହେଲା ଗୀତ । ବିଭିନ୍ନ ଭାଷାରେ ହର୍‌ ଘର୍‌ ତ୍ରିରଙ୍ଗା ଗୀତ ଗାଇଛନ୍ତି କଣ୍ଠଶିଳ୍ପୀ । ଭିଡିଓରେ କ୍ରିକେଟରଙ୍କ ଠାରୁ ଫିଲ୍ମଷ୍ଟାର ଅଭିନୟ କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Aug 3, 2022, 10:42 PM IST

Published : Aug 3, 2022, 10:42 PM IST

har ghar tiranga song realesed featuring cricketers filmstars singers
ହର୍‌ ଘର୍‌ ତ୍ରିରଙ୍ଗା ଗୀତ ରିଲିଜ୍‌, ଅଭିନୟ କରିଛନ୍ତି କ୍ରିକେଟରଙ୍କଠାରୁ ଫିଲ୍ମଷ୍ଟାର୍‌

ନୂଆଦିଲ୍ଲୀ:ପ୍ରତ୍ୟେକଙ୍କ ମନରେ ଦେଶ ମାତୃକା ପ୍ରତି ସମର୍ପଣ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଆହ୍ବାନ ଦେଇଛନ୍ତି । ଏହି ଅଭିଯାନକୁ ନେଇ ଏକ ଗୀତ ରିଲିଜ୍‌ ହୋଇଛି । ଯେଉଁଥିରେ ବହୁ କ୍ରିକେଟର, ଫିଲ୍ମଷ୍ଟାର ଓ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତି ଅଭିନୟ କରିଛନ୍ତି । ହରଘର ତ୍ରିରଙ୍ଗା ଅଭିଯାନକୁ ପ୍ରମୋସନ କରାଇବା ଲକ୍ଷ୍ୟରେ ଏହି ବ୍ୟକ୍ତି ବିଶେଷ ହର୍‌ ଘର୍‌ ତ୍ରିରଙ୍ଗା ଗୀତରେ ଅଭିନୟ ।

ହର୍‌ ଘର୍‌ ତ୍ରିରଙ୍ଗା ଗୀତରେ ଆଶା ଭୋଷଲେ ଓ ସୋନୁ ନିଗମ କଣ୍ଠଦାନ କରିଛନ୍ତି । ସେହିଭଳି ବିଭିନ୍ନ ଭାଷାରେ ହର୍‌ ଘର୍‌ ତ୍ରିରଙ୍ଗା ଗୀତ ଗାଇଛନ୍ତି କଣ୍ଠଶିଳ୍ପୀ । ଯେଉଁଥିରେ ଓଡ଼ିଆ ଭାଷା ମଧ୍ୟ ସାମିଲ ରହିଛି । ଗୀତରେ ଶତାବ୍ଦୀର ମହାନାୟକ ଅମିତାଭ୍‌ ବଚ୍ଚନ, ସାଉଥ ଷ୍ଟାର ପ୍ରଭାସ, ଖୀଲାଡ଼ି ଅକ୍ଷୟ କୁମାର, ଅଜୟ ଦେବଗନ୍‌, ଅନୁଷ୍କା ଶର୍ମା, କିର୍ତ୍ତୀ ସୁରେଶଙ୍କ ଭଳି ଷ୍ଟାର ରହିଛନ୍ତି । ସେହିଭଳି ବିରାଟ କୋହଲି, କେ. ଏଲ୍‌ ରାହୁଲ, ମେରୀକମ୍‌ ମଧ୍ୟ ହରଘର ତ୍ରିରଙ୍ଗା ଅଭିଯାନକୁ ପ୍ରମୋସନ କରୁଥିବା ଦେଖା ଯାଇଛି ।

ପ୍ରାୟ ୪ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଗୀତ । ଅଗଷ୍ଟ ୩ ତାରିଖରେ ଏହି ଗୀତ ରିଲିଜ୍‌ କରାଯାଇଥିବା ବେଳେ ଏହା ୟୁଟ୍ୟୁବ୍‌ରେ ଭାଇରାଲ ହେବାରେ ଲାଗିଛି । ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଅଭିଯାନରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେଙ୍କୁ ଅଗଷ୍ଟ ୧୫ ତାରିଖ ଯାଏଁ ସୋସିଆଲ ମିଡିଆର ଡିସ୍‌ପ୍ଲେ ପିକ୍‌ଚର୍‌ ବଦଳାଇବାକୁ ଆହ୍ବାନ ଦେଇଛନ୍ତି ।

ABOUT THE AUTHOR

...view details