ଓଡିଶା

odisha

ETV Bharat / sports

ଜିମ୍ନାଷ୍ଟ ପ୍ରଣତୀ ନାଏକଙ୍କୁ ମହାଦେଶୀୟ କୋଟାରେ ଅଲମ୍ପିକ ଟିକେଟ - ଅଲମ୍ପିକ ଯୋଗ୍ୟତା

ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଲେ କୋଲକାତାର ଜିମ୍ନାଷ୍ଟ ପ୍ରଣତୀ ନାଏକ । ଅଧିକ ପଢନ୍ତୁ....

Gymnast Pranati wins quota for Olympic Games
ଜିମ୍ନାଷ୍ଟ ପ୍ରଣତୀ ନାଏକଙ୍କୁ ମହାଦେଶୀୟ କୋଟାରେ ଅଲମ୍ପିକ ଟିକେଟ

By

Published : Jun 29, 2021, 5:27 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଲେ କୋଲକାତାର ଜିମ୍ନାଷ୍ଟ ପ୍ରଣତୀ ନାଏକ । ଏସିଆନ ଚମ୍ପିଆନସିପ ବ୍ରୋଞ୍ଜ ବିଜୟିନୀ ପ୍ରଣତୀ ଆସନ୍ତାମାସରେ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ । ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍‌ସ ଫେଡେରେସନ(FIG) ସୋମବାର ଏହି ଘୋଷଣା କରିଛି ।

ଜିମ୍ନାଷ୍ଟ ପ୍ରଣତୀ ନାଏକ

ଗତ ମଇ ମାସରେ ଟୋକିଓରେ ଏସିଆନ ଚମ୍ପିଆନସିପ ହେବା ନେଇ ସୂଚୀ ରହିଥିଲା । ତେବେ କୋଭିଡ-19 ମହାମାରୀ ଯୋଗୁଁ ଏହି ପ୍ରତିଯୋଗିତା ବାତିଲ ହୋଇଥିଲା । "ଜିମ୍ନାଷ୍ଟିକ୍‌ସର ଅନ୍ତର୍ଜାତୀୟ ପରିଚାଳନା ପରିଷଦ ସୋମବାର ସନ୍ଧ୍ୟାରେ ପ୍ରଣତୀ ନାଏକ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବା ନେଇ 'ରିଆଲୋକେଟଡ୍‌ ମହାଦେଶୀୟ କୋଟା'ରେ ଏକ ସ୍ଥାନ ହାସଲ କରିଛନ୍ତି । ଏନେଇ ସୋମବାର ସନ୍ଧ୍ୟାରେ ଔପଚାରିକ ଭାବେ ଜିମ୍ନାଷ୍ଟିକ୍‌ସର ଅନ୍ତର୍ଜାତୀୟ ପରିଚାଳନା ପରିଷଦ ଜଣାଇଛି ।" କୋଲକାତାରୁ ଏହା କହିଛନ୍ତି ପ୍ରଣତୀଙ୍କ କୋଚ୍‌ ଲଖନ ଶର୍ମା ।

ମହାମାରୀ କୋରୋନା ଭାଇରସ ପାଇଁ ଏକାଧିକ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ବାତିଲ ଓ ସ୍ଥଗିତ ହୋଇଥିଲା । ଫଳରେ 2019 ଏସିଆନ ଚମ୍ପିଆନସିପ ପ୍ରଦର୍ଶନ ଆଧାରରେ FIG ପ୍ରଣତୀଙ୍କୁ ଅଲମ୍ପିକ ଟିକେଟ ପ୍ରଦାନ କରିଛି ।

କୋଲକାତାର 26 ବର୍ଷୀୟା ଜିମ୍ନାଷ୍ଟ ପ୍ରଣତୀ ମଙ୍ଗୋଲିଆରେ ଅନୁଷ୍ଠିତ 2019 ଏସିଆନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ମହାମାରୀ କାରଣରୁ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଥିବା ଏସିଆନ ଜିମ୍ନାଷ୍ଟିକ୍‌ସ ଚମ୍ପିଆନସିପ ବାତିଲ ହୋଇଥିଲା । ଫଳରେ ମଙ୍ଗୋଲିଆରେ ଅନୁଷ୍ଠିତ 2019 ସଂସ୍କରଣର ଏସିଆନ ଚମ୍ପିଆନସିପରେ ପ୍ରଦର୍ଶନକୁ ଅଲମ୍ପିକ ଯୋଗ୍ୟତା ଅର୍ଜନର ଆଧାର ଚୟନ କରାଯାଇଥିଲା । ନିୟମ ଅନୁଯାୟୀ, ଶ୍ରୀଲଙ୍କାର ଏଲପିଟିୟା ବାଦାଲଗେ, ଡୋନି ମିଲକା ଘେନି ଓ ପ୍ରଣତୀଙ୍କୁ ମହାଦେଶୀୟ ଅଲମ୍ପିକ କୋଟା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details