ହାଇଦ୍ରାବାଦ: ପ୍ରାୟ 130 ବର୍ଷ ପୂର୍ବେ(1891) ଡକ୍ଟର ଜେମ୍ସ ନାଇସମିଥ ନାମକ ଜଣେ ଆମେରିକୀୟ ପିଇଟି ଶିକ୍ଷକ, ଫ୍ରଫେସର, ଡାକ୍ତର ଓ କୋଚ ଏକ ନୂଆ ଖେଳର ଉଦ୍ଭାବନ କରିଥିଲେ । ପ୍ରବଳ ଶୀତରେ ବାହାରକୁ ଯାଇ ଫୁଟବଲ ଓ ବେସବଲ ଭଳ ଖେଳ ଖେଳିବା କଷ୍ଟକର ଥିଲା । ଫଳରେ ଘର ଭିତରେ ଛାତ୍ରଙ୍କୁ କିଛି ନୂଆପ୍ରକାର ଖେଳରେ ମଗ୍ନ କରିବାକୁ ସେ ଏକ ନୂଆ ପ୍ରକାଶ ଖେଳ ଆରମ୍ଭ କରିଥିଲେ । ଯାହାର ନାମ ଥିଲା ବାସ୍କେଟ ବଲ୍ ।
ଶୁକ୍ରବାର ଗୁଗୁଲ ବିଶ୍ବକ୍ରୀଡାକୁ ନାଇସମିଥଙ୍କ ଏହି ସୁନ୍ଦର ଅବଦାନ ପାଇଁ ତାଙ୍କ ସମ୍ମାନରେ ଉତ୍ସବ ମନାଇଛି । ଏକ ଆନିମେସନ ଡୁଡୁଲ ଭିଡିଓ ଦ୍ବାରା ଗୁରୁଲ ନାଇସମିଥଙ୍କୁ ସ୍ମରଣ କରିଛି । ଏହି ଆନିମେସନ ଭିଡିଓରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲକୁ ବାସ୍କେଟ ଭିତରକୁ ଫିଙ୍ଗୁଥିବା ଦେଖାଯାଉଛି ।
ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ମଧ୍ୟ ଏହି ଭିଡିଓକୁ ସେୟାର କରାଯିବା ସହ ଶୀତ ଦିନେ 15 ଦିନ ଘର ଭିତରେ ରହିବାକୁ ଛାତ୍ରଙ୍କୁ କୌଣସି ଖେଳରେ ମଜି ରହିବାକୁ କହିଥିଲେ ପିଇଟି ସାର୍ । ପରେ ସେ ଏକ ନୂଆ ଖେଳର ଉଦ୍ଭାବନ କରିଥିଲେ ଯାହାର ନାମ ବାସ୍କେଟବଲ ବୋଲି ଲେଖାଯାଇଛି ।