ନୂଆଦିଲ୍ଲୀ: ଗୋମଥି ମାରିମୁଥୁଙ୍କୁ ଚାରି ବର୍ଷ ପାଇଁ ବ୍ୟାନ କରାଯିବା ସହ 2019 ରେ ସେ ଏସିଆନ ଚାମ୍ପିୟନସିପରେ ଜିତିଥିବା ସ୍ବର୍ଣ୍ଣ ପଦକ ମଧ୍ୟ ଛଡ଼ାଇ ନିଆଯାଇଛି । ଶୁକ୍ରବାର ଏନେଇ ଆଥଲେଟିକ ଇଣ୍ଟିଗ୍ରିଟି ୟୁନିଟି ଘୋଷଣା କରିଛି ।
ଏଆଇୟୁ କହିଛି ଯେ 31 ବର୍ଷୀୟ ଭାରତୀୟ ଧାବିକାଙ୍କୁ 2023 ପର୍ଯ୍ୟନ୍ତ ବ୍ୟାନ କରାଯାଇଛି ଓ ଗତବର୍ଷ ଦୁଇ ମାସ ସମୟର ସମସ୍ତ ରେସରୁ ଡିସକ୍ବାଲିଫାଏ ବା ଅଯୋଗ୍ୟ ଘୋଷଣା କରାଯାଇଛି ।
2019 ଏସିଆନ ଚାମ୍ପିୟନସିପ ସମୟରେ ମାରିମୁଥୁଙ୍କ ଆନାବୋଲିକ ଷ୍ଟେରୋଇଡ ନାନଡ୍ରୋଲନ ଟେଷ୍ଟ ପଜିଟିଭ ଆସିଥିଲା । ତେବେ ଶୁକ୍ରବାର ତାଙ୍କର ‘ବି’ ନମୁନା ମଧ୍ୟ ନାନଡ୍ରୋଲନ ପାଇଁ ପଜିଟିଭି ଆସିବା ପରେ ଏନେଇ ଘୋଷଣା କରାଯାଇଛି ।
ଗତ ମାସରେ ଭାରତରେ ନିଆଯାଇଥିବା ନମୁନା ପଜିଟିଭ ଆସିବା ପରେ ଏହି ନମୁନା ପରୀକ୍ଷଣ ହୋଇଥିଲା । ସେ ଏସୀୟ ଟାଇଟଲ୍ ଜିତିବା ପରେ ସେହି ପରୀକ୍ଷା ଫଳାଫଳ ନିଶ୍ଚିତ ହୋଇଥିଲା ।