ହାଇଦ୍ରାବାଦ: ଟୋକିଓ ଅଲମ୍ପିକ ୨୦୨୦ରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ଛୁଟି କାଟୁଛନ୍ତି । ନୀରଜ ଏକ ଛୋଟ ବ୍ରେକ ନେଇଛନ୍ତି ଓ ମାଳଦୀପରେ ଛୁଟିର ମଜା ଉଠାଇବାରେ ଲାଗିଛନ୍ତି । ତେବେ ନିଜର ଖେଳ ଓ ଜାଭେଲିନ ନୀରଜଙ୍କ କେତେ ପ୍ରିୟ ତାହାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି ।
ନୀରଜ ମାଳଦୀପ ଗସ୍ତର ଆରମ୍ଭ ଫୁରାବେରୀ ରିସର୍ଟରୁ ହୋଇଥିଲା । ଗୋଲ୍ଡେନ ବୟ ଶୁକ୍ରବାର ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ସ୍କୁବା ଡାଇଭିଂର ମଜା ଉଠାଉଥିବା ନଜର ଆସିଛନ୍ତି ।